ବଡଦିନ ଉପଲକ୍ଷେ ବେଳାଭୂମିରେ ବିଶ୍ୱର ସର୍ବବୃହତ୍‌ ସାନ୍ତାକ୍ଳଜ୍‌ ବାଲୁକାରେ ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବଡଦିନ ଉପଲକ୍ଷେ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ସର୍ବବୃହତ୍‌ ସାନ୍ତାକ୍ଳଜ୍‌ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ୫୪୦୦ ଲାଲ ଗୋଲାପ ଆଉ ଧଳା ଫୁଲ ଲାଗିଛି । ବଡ଼ଦିନକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ପାଳନ କରିବାକୁ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଲାଲ ଗୋଲାପ ଫୁଲ ସଜ୍ଜିତ ସାନ୍ତାକ୍ଳଜ୍‌ ବର୍ତ୍ତମାନ ସୁଦ୍ଧା ବିଶ୍ୱର ନିର୍ମାଣ ହୋଇଥିବା ସର୍ବବୃହତ ବାଲୁକାକଳା । ଏହା ୫୦ ଫୁଟ ଲମ୍ବା । ଏହାର ଓସାର ୨୮ ଫୁଟ୍‌  । ଏହି ବାଲୁକା କଳାରେ ସୁଦର୍ଶନ ବାଲୁକା କଳା ପ୍ରତିଷ୍ଠାନର କଳାକାରମାନେ ସହଯୋଗ କରିଥିଲେ । ଏହି କଳା ବିଶ୍ୱ ରେକର୍ଡ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି ସୁଦର୍ଶନ । କୋଭିଡ୍‌ କଟକଣା ମାନି ବଡ଼ଦିନ ପାଳନ କରିବାକୁ ସାନ୍ତାକ୍ଳଜଙ୍କ ବାର୍ତ୍ତା ଲୋକଙ୍କୁ ପ୍ରଭାବିତ କରିବ ବୋଲି ମଧ୍ୟ ସେ କରିଛନ୍ତି ।

Leave a Reply

Your email address will not be published. Required fields are marked *