ବ୍ଲକ ଅଫିସ ପଟିକ ବାଇକ ଷ୍ଟାଣ୍ଡ ପାଲଟିଛି

ଔପଦା : ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ, ନିର୍ବାଚନ ମଣ୍ଡଳୀର ଔପଦା ବ୍ଲକ, ଏଠି ସବୁ କିଛି ଠିକ ଠାକ ନଥିଲେ ବି ଜନତା ଏବଂ ଜନନେତା ସବୁ ଏଡ଼ଜଷ୍ଟ କରି ଯାଆନ୍ତି । ହେଈ ଦେଖୁ ନାହାନ୍ତି, ଭଲ କରି ନଜର ପକାନ୍ତୁ, ଜନ ପ୍ରତିନିଧିଙ୍କ ସହିତ ଜନତା କେମିତି ଅଫିସ ଭିରକୁ ନିଜକୁ ଏଡ଼ଜଷ୍ଟ କରି ଯାଉଛନ୍ତି ଏବଂ ଆସୁଛନ୍ତି । ଏମିତିରେ ସାମାଜିକ ଚଳଣି ଯାହା ହେଲାଣି ଚୋରି ଡକାୟତିକୁ କାହାର ବା ଚିନ୍ତା ନାହିଁ, ତେଣୁ ନିଶ୍ଚିନ୍ତରେ ଆଖି ଆଗରେ ଗାଡି ରହିଲେ ଚୋରି ହେବାର ଭୟ ନାହିଁ । ବିଡ଼ିଓ ବାବୁଙ୍କ ଅଫିସ ରହିଛି ସାମ୍ନା ସାମନି ନଜର ପଡୁଥିବ ନିଶ୍ଚିତ, କିନ୍ତୁ କଥା ଟା ହେଉଛି ବୋଧ ହୁଏ ଅଫିସର କାଇଦା କାନୁନ ବାବୁଙ୍କୁ ଟିକେ ଅଧିକ ଜଣା ଅଛି, ନହେଲେ ଅଫିସର ଗେଟ ଆଗରେ ପାର୍କିଂର ସୁବିଧା ଉପଲବ୍ଧ କେମିତି ? କିଛି ଜନତାଙ୍କ ପ୍ରଶ୍ନବାଚୀକୁ ଆମେ ସର୍ବସାଧାରଣ କରିବାକୁ ଚେଷ୍ଟା କରୁଛୁ । ଆଉ କିଛି ଛୋଟ କର୍ମଚାରୀ ମଧ୍ୟ ଗୁପ୍ତରେ ସ୍ୱର ଉଠାଉଛନ୍ତି, ଯାହା ହେଉଛି ଠିକ ହେଉଛି । କେବଳ ବିଡ଼ିଓ ବାବୁ ସେଇଠାରେ ପାର୍କିଂ ଜୋନର ଏକା ସାଇନ ବୋର୍ଡ ଲଗେଇ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଅପେକ୍ଷା ରହିଛି । ବ୍ଲକର ନିୟଣ୍ଟିଆ ବଜେଟ ବି ପାର୍କିଙ୍ଗ ଷ୍ଟାଣ୍ଡରୁ ଅଶୂଲି ହେଈଯାଇ ପାରେ ବୋଲି ଅନେକଙ୍କର ଆଶା ବି ରହିଛି । ଏମିତିରେ ଆମେ ଓଡ଼ିଆ ଆଉ ସବୁ କଥାରେ ଏଡ଼ଜଷ୍ଟ କରିବା ସ୍ଵଭାଵ ଆମର ରହିଛି । ତେଣୁ ଗାଡିଗୁଡିକ ବର୍ଷା ଋତୁରେ ବର୍ଷାରେ ନ ଶଢ଼ୀ ବରଂ ଠିକଣା ଜାଗାରେ ରହୁଛି । ଏନେଇ ଆମେ ପ୍ରତିକ୍ରିୟା ମଧ୍ୟ ନେଇଛୁ ଥରେ ଶୁଣି ନିୟନ୍ତୁ କ’ଣ କହୁଛନ୍ତି ସେ, ସତରେ କ’ଣ ରାଜ୍ୟରେ ଅରାଜକତା ଫେରିବ ଏ ନେଇ ବୁଦ୍ଧିଜୀବୀ ସାଦାସର୍ବଦା ଚିନ୍ତିତ ରହୁଛି ।

Leave a Reply

Your email address will not be published. Required fields are marked *