ବାଲେଶ୍ଵର : ବଡ଼ ଖବରର ସଂପାଦକ ଅର୍ଦ୍ଦେନ୍ଦୁ ଦାସଙ୍କୁ ଗତ ୨୯/୨/୨୨ ରିଖ ଦିନ ଇ.ଡି.ଏ. ଯେଭଳି ଅମାନୁସିକ ଭାବେ ଗିରଫ କଲେ ତାହାର ଦୃଢ ପ୍ରତିବାଦ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ସାମାଜିକ ସଂଗଠନ ଏବଂ ବୁଦ୍ଧିଜୀବିଙ୍କ ତରଫରୁ ଏକ ପ୍ରତିନିଧି ଦଳ ଓଡି.ଏମଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଆବେଦନ ପ୍ରଦାନ କରାଯାଇଛି । ଏଥିରେ ଉତ୍କଳ ସାମ୍ବାଦିକ ସଂଘର ବାଲେଶ୍ଵର ଜିଲ୍ଲା ସଭାପତି ଲୋକନାଥ ଦଳେଇ, ସଂଜୟ ଦାସ, ଦେବବ୍ରତ ପାଣିଗ୍ରାହୀ, ସୁଧାଂଶୁ ବାରିକ, ମାନସ ବେଜ, ସାମାଜିକ ସଂଗଠନ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ, ଅରୁଣ ଜେନା ପ୍ରମୁଖ ଶତାଧିକ ବନ୍ଧୁଗଣ ଯୋଗଦେଇଥିଲେ । ପରେ ଜିଲ୍ଲା ସଭାପତି ଲୋକନାଥ ଦଳେଇଙ୍କ ସଭାପତିତ୍ଵରେ ଏକ ଜରୁରୀ ବୈଠକ ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ବସିଥିଲା । ପ୍ରଥମେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ମୃତ୍ୟୁ ପାଇଁ ୧ ମିନିଟ ଶୋକସଭା କରାଯାଇଥିଲା । ଆସନ୍ତା ୪ ତାରିଖ ଠାରୁ ଜିଲ୍ଲାପାଳଙ୍କ ଦପ୍ତର ଆଗରେ ଅର୍ଦ୍ଦେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାର ସିଦ୍ଧାନ୍ତ ନିଆଗଲା ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆସ୍ଥାନ କରି ଦାସ ।
