ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ଏନଏସି ୯ ନମ୍ବର ୱାର୍ଡ ଅଧୀନ ସିମୁଳିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗାଁ ରେ ବେଡି ପୋଖରୀରେ ସୁରକ୍ଷା କାନ୍ଥ ନିର୍ମାଣ ଉଦେଶ୍ୟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି । ଏହି କାମକୁ ରମାକାନ୍ତ ମହଲ ନାମକ ଜଣେ ଠିକାଦାର ପ୍ରକଳ୍ପ ନିର୍ମାଣ କରୁଛନ୍ତି । ତେବେ ସେହି ଗାଁର କିଛି ଲୋକ ସମ୍ପୃକ୍ତ ଠିକାଦାରଙ୍କୁ ଚାନ୍ଦା ମାଗିଥିଲେ । ଏଥିରେ ସେ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଉକ୍ତ ନିର୍ମାଣାଧୀନ ପ୍ରକଳ୍ପ ଭାଙ୍ଗି କେତେକ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ଏନେଇ ନୀଳଗିରି ଥାନାରେ ଏତଲା ଦାଏର ହୋଇଥିବା ବେଳେ ପୁଲିସ ଚଢ଼ାଉ ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।
