ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

ଭଦ୍ରକ : ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରକ । ଚାଲିଗଲା ୩ ଜଣଙ୍କ ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଅନୁଯାୟୀ, ବୁଧବାର ଭଦ୍ରକ ଜିଲ୍ଲା ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଛନ୍ତି ଡାକ୍ତର । ତେବେ ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ।ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ ।

Leave a Reply

Your email address will not be published. Required fields are marked *