ତାଳଚେର : ୫୫ ନମ୍ବର ଜାତୀୟ ରାଜପଥରେ ବସ୍ ଚଳାଚଳ ବନ୍ଦ । ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ବସ୍ ଚଳାଚଳ ବନ୍ଦ ରହିଛି । ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସବୁ ରୁଟ୍ରେ ବସ୍ ଚଳାଚଳ ବନ୍ଦ ରହିଛି । ଖବର ଅନୁଯାୟୀ, ଅନୁଗୁଳ ରୁ କଟକ ଯାଇଥିବା ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ବାରମ୍ବାର ଏନେଇ ଅଭିଯୋଗ ଓ ଆଲୋଚନା ପରେ କୌଣସି ସୁଫଳ ମିଳିନାହିଁ । ପୂର୍ବରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହୁଛି । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଓ ତାଳଚେର ବସ୍ ମାଲିକ ସଂଘ । ରାସ୍ତା ମରାମତି ଦାବି ନେଇ ଆଜି ସଂଘ ପକ୍ଷରୁ ରାସ୍ତାରୋକ ହୋଇଛି । ସକାଳ ୬ ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ବସ୍ ଚଳାଚଳ ବନ୍ଦ ରହିବ । ତେବେ ଏହି ଆନ୍ଦୋଳନ ଲାଗି ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି । ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ଲୋକେ ଅଧାବାଟରେ ଅଟକି ରହିଛନ୍ତି ।
