ସ୍କୁଲ ମାଲିକଙ୍କ ମୃତଶରୀର ଉଦ୍ଧାର

ସିମୁଳିଆ : ସିମୁଳିଆ ଥାନା ଅନ୍ତର୍ଗତ ଅଡାରେ ଥିବା କେକେ ଇଂରାଜୀ ମିଡିୟମ ସ୍କୁଲର ମାଲିକଙ୍କୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ସୂଚନା ଅନୁଯାୟୀ କମଳ ଲୋଚନ ସିଅଳଙ୍କ ପୁତ୍ର ଅଶୋକ କୁମାର ସିଅଳ ତାଙ୍କ ପରିବାରକୁ ନେଇ ଦୀର୍ଘ ଦିନ ଧରି ଅଡାରେ ଘର କରି ରହି ଆସୁଥିଲେ। ଆଜି ମୃତ କଙ୍କ ବାପା ସେହି ସ୍କୁଲ କୁ ଆସିଥିବା ବେଳେ ପଚା ଗନ୍ଧ ବାରି ସ୍କୁଲ ଭିତରକୁ ଯିବାରୁ କମଳ ଲୋଚନର ବେକରେ ରଶି ଲଗାଇ ଝୁଲୁ ଥିବାର ଦେଖିବାକୁ ପାଇଥିଲେ। ପରେ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ସେଠାରେ ତାଙ୍କର ବୋହୁ ନଥିବା ବେଳେ ତାଙ୍କ ପୁଅର ଶବ ଝୁଲୁ ଥିବାର ଦେଖିବାକୁ ପାଇଥିଲେ। ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ତାଙ୍କ ପୁଅକୁ ତାର ସ୍ତ୍ରୀ ଓ ବୋହୁର ପରିବାର ଲୋକେ ମାରି ଟାଙ୍ଗି ଦେଇଥିବାର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଁ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *