ବାଲିଆପାଳ ଶ୍ରଦ୍ଧା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ, ପାଗ ପ୍ରତିକୂଳ ସତ୍ତ୍ୱେ ଭକ୍ତମାନେ ବର୍ଷାରେ ଭିଜି ଭିଜି ରଥ ଟାଣିଲେ

ବାଲିଆପାଳ : ବାଲିଆପାଳ ଶ୍ରଦ୍ଧା କ୍ଷେତ୍ରରେ ଚଳିତ ବର୍ଷ ହଜାର ହଜାର ଜନ ସମୁଦ୍ର ଭିତରେ ରଥ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଦୁଇ ବର୍ଷ କରୋନା ପାଇଁ ରଥ ଯାତ୍ରା ବନ୍ଦ ପରେ ଚଳିତ ବର୍ଷ ଲୋକଙ୍କ ଆଗ୍ରହର ରଥଯାତ୍ରାକୁ ପାଗ ପୁରା ପାଣିଚା କରିଦେଇଥିଲା । ଭକ୍ତମାନେ ବର୍ଷାରେ ଭିଜି ଭଜି ରଥ ଟାଣି ମାଉସୀମା ମନ୍ଦିରରେ ପହଞ୍ଚାଇଥିଲେ ।

ଶୁକ୍ରବାର ବ୍ରାହ୍ମ ମୁହୂର୍ତ୍ତ ଠାରୁ ମନ୍ଦିରର ପୂଜା ପଣ୍ଡାମାନେ ଶ୍ରୀ ଜୀଉମାନଙ୍କର ସମସ୍ତ ନୀତି କ୍ରାନ୍ତି ସମାପନ ପରେ ଦିବା ୪ଟା ରେ ପ୍ରଥମର ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ବଡ ଠାକୁର ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ରଥାରୂଢ କରାଯାଇଥିଲା । ମନ୍ଦିର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଠାକୁର ରାଜା ଜୟନାରାୟଣ ମହାନ୍ତି ତିନି ରଥରେ ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା ।

କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ବ୍ରଜମୋହନ ଭୂୟାଁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ହୃଦୟ ରଞ୍ଜନ ତ୍ରିପାଠୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସାହୁ, ସୁଶାନ୍ତ ଚକ୍ରବର୍ତ୍ତୀ, ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ, ପୂର୍ବତନ ସରପଞ୍ଚ ମୁରଲୀ ମୋହନ ସାହୁ, ପ୍ରିୟନାଥ ସେଠି, କାଳିଚରଣ ଦେ, ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବାଲିଆପାଳ ବିଡ଼ିଓ ଦାୟିତ୍ୱରେ ଥିବା ତହସିଲଦାର ଦୀପକ କୁମାର ଦାଶ, ଏସଡିପିଓ ଜଳନ୍ଦର ଜାଲି, ଆଇଆଇସି ପର୍ଶୁରାମ ସାହୁ, ଏସଆଇ ସସ୍ମିତା ମଲ୍ଲିକ, ଏସଆଇ ଶାରଦା ପ୍ରସନ୍ନ ମୁଦୁଲିଙ୍କ ସହିତ ଅନ୍ୟାନ୍ୟ ପୁଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *