ବୋହୂକୁ କଲେ ହତ୍ୟା

ଯାଜପୁର : ସ୍ବାମୀ ସହ ଶାଶୁ ଘର ଲୋକେ ମିଶି ବୋହୂକୁ ହତ୍ୟା କରିଥିବା ଅଭିଯୋଗ । ଏନେଇ ମଙ୍ଗଳପୁର ଥାନାରେ  ମୃତ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ମହାନ୍ତି ପାଟଣା ଗ୍ରାମର ବବିତା ବେହେରା ଗତ ୫ ବର୍ଷ ତଳେ କଟିକଟା ଅଂଚଳର ଭାଷ୍କର ବେହେରାଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ସ୍ବାମୀଙ୍କ ସହ ପରିବାର ଲୋକେ ନାନା ନିର୍ଯାତନା ଦେବା ସହ ମାଡ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ କଳହ ମାମଲା ଥାନାରେ ସମାଧାନ ହୋଇ ଲେଖାପଢି ପରେ ଝିଅକୁ ଶାଶୁ ଘରକୁ ଛାଡିଥିଲେ ପରିବାର ଲୋକେ । ଶୁକ୍ରବାର ବବିତାଙ୍କ ସ୍ବାମୀ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମିଳିମିଶି ହତ୍ୟା କରି ମେଡିକାଲରେ ଆଣି ରଖି ଆମକୁ ଝିଅ ଦେହ ଖରାପ ହୋଇଥିବା ଖବର ଦେଇଥିଲେ । କିନ୍ତୁ ମେଡିକାଲରେ ପହଞ୍ଚି ଦେଖିବା ବେଳକୁ ଝିଅର ମୃତ୍ୟୁ ହୋଇସାରିଛି ଓ ଶରୀରରେ ରକ୍ତ ଛିଟା ରହିଛି । ତେଣୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭଉଣୀ ।

Leave a Reply

Your email address will not be published. Required fields are marked *