ଅଜଣା ଯୁବକଙ୍କ ମୃତଦେହ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ

ରାଇରଙ୍ଗପୁର  : ଟ୍ରାନ୍ସଫର୍ମର ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି। ବହଳଦା ଥାନା ସାନଦୁନ୍ଦୁ ଗ୍ରାମ ବିଲ ନିକଟରେ ଥିବା ଏକ ଟ୍ରାନ୍ସଫର୍ମର ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ବିଜୁଳି ତାର ଚୋରୀ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *