ଭୁବନେଶ୍ବର : ନୂଆବର୍ଷରୁ ପରିବହନ ବିଭାଗର ନୂଆ ନିୟମ । ଆସନ୍ତାକାଲିଠୁ ଅଫଲାଇନ ନୁହେଁ ଅନଲାଇନରେ ହେବ ସବୁ କାମ । ଡ଼ିଏଲଠୁ ଆରମ୍ଭ କରି ଗାଡି ପରିମିଟି ଭଳି ସମସ୍ତ କାର୍ଯ୍ୟ ଏଣିକି ଅନଲାଇନରେ ହେବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହି ସବୁ କାର୍ଯ୍ୟରେ ମିଡ଼ିଲ ମ୍ୟାନ ବା ଦଲାଲମାନଙ୍କର ଭୂମିକା ରହୁଥିଲା । ଅନେକାଶଂରେ ମିଡ଼ିଲ ମ୍ୟାନମାନଙ୍କର ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଅନଲାଇନ ମଧାମରେ କରିବାକୁ ନିଷ୍ପତି ନିଆଯାଇଛି ।
