ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ଵାସର୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଶା ସେବନର କରୁଣ ପରିଣତି ଯୋଗୁଁ ଏବେ ତିନୋଟି ଶିଶୁ ଅନାଥ ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ବାସର୍ଡା ଗାଁରେ ରହନ୍ତି ଭାଗ୍ୟ ମୁଣ୍ଡା, ନିଜ ସ୍ତ୍ରୀ , ଓ ତିନୋଟି ଶିଶୁ କୁ ନେଇ ତାଙ୍କର ପରିବାର, ପ୍ରତ୍ୟେକ ଦିନ ସ୍ବାମୀ ମଦପିଇ ଘରକୁ ଆସୁଥିବା ବେଳେ, ଘରେ ସ୍ତ୍ରୀ ଙ୍କ ସହିତ ମାରପିଟ୍ , ଗଣ୍ଡଗୋଳ କରନ୍ତି । ସ୍ବାମୀର ଏପରି ଅଭ୍ୟାସକୁ ଯେତେ ଵାରଣ କଲେ ମଧ୍ୟ କୋୖଣସି ପରିବର୍ତ୍ତନ ହେଉନଥିଲା । ଶେଷରେ ଗତକାଲି କୈାଣସି କାମରେ ସ୍ବାମୀ ବାହାରକୁ ଯାଇଥିବା ବେଳେ , ମାନସିକ ଭାରସାମ୍ୟ ହରାଇ, ସ୍ତ୍ରୀ ଘର ନିକଟରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗ୍ରାମ ବାସୀଙ୍କ ନିକଟରୁ ଖବର ପାଇ ସଙ୍ଗେ ସଙ୍ଗେ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ ଭାଗ୍ୟ ମୁଣ୍ଡାକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ମା’ କୁ ହରାଇ ତିନୋଟି ଶିଶୁ ଏବେ ଅନାଥ ହୋଇଯାଇଥିବା ବେଳେ ବର୍ତମାନ ପାଖ ପଡେ଼ାଶୀଙ୍କ ନିକଟରେ ଆଶ୍ରୟ ନେଇଥିବା ଜଣାପଡିଛି ।
