ମାଲକାନଗିରି ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ମାମଲାରେ ପ୍ରତିବାଦ କଲେ ଛତ୍ରପୁର ସାମ୍ବାଦିକ

ଖଲ୍ଲିକୋଟ : ମାଲକାନଗିରି ଜିଲ୍ଲାର ପାଞ୍ଚଜଣ ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି । ଏହି ଘଟଣାର ପ୍ରତିବାଦରେ ଆଜି ଛତ୍ରପୁର ସାମ୍ବାଦିକମାନଙ୍କ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ମିଥ୍ୟା ଅଭିଯୋଗ ଦେଇଥିବା ଡାକ୍ତରଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର  ପ୍ରଦାନ କରାଯାଇଛି । ଡାକ୍ତରଙ୍କ ମିଥ୍ୟା ଅଭିଯୋଗରେ ଯଦି ପୋଲିସ ସାମ୍ବାଦିକଙ୍କୁ ରାତି ଅଧରେ ଘରୁ ଉଠାଇ ଆଣିଲା ! ତାହେଲେ ସାମ୍ବାଦିକମାନେ ଏତଲା ଦେବାର ୩ ଦିନ ପରେ ମଧ୍ୟ ପୋଲିସ କାହିଁକି ଏତଲା ପଞ୍ଜିକୃତ କରୁନି ? କିମ୍ବା ଡାକ୍ତରମାନଙ୍କୁ କାହିଁକି ଗିରଫ କରାହେଉନି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି । ତେଣୁ ଯଥାଶୀଘ୍ର ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି, ଏହି ପ୍ରତିବାଦରେ ଛତ୍ରପୁର ସାମ୍ବାଦିକ ।

Leave a Reply

Your email address will not be published. Required fields are marked *