ଏସଟିଏଫ୍ ପଞ୍ଝାରେ ହରିଣ ଛାଲ ବେପାରୀ

ଭୁବନେଶ୍ବର : ଏସଟିଏଫ୍ ପଞ୍ଝାରେ ହରିଣ ଛାଲ ବେପାରୀ । ଦୁଇ ବେପାରୀଙ୍କୁ କାବୁ କଲା ଏସଟିଏଫ୍ । ସେମାନଙ୍କ ନିକଟରୁ ୫ ଟି ହରିଣ ଛାଲ ଜବତ କରାଯାଇଛି । ଗିରଫ ୨ ଜଣ ହେଲେ ପୁରୀ ବଳଙ୍ଗା ଅଞ୍ଚଳର କୃଷ୍ଣଚନ୍ଦ୍ର ସ୍ବାଇଁ ଓ ପୁରୀ ଗୋପ ଅଞ୍ଚଳର ସୁନୀଲ କୁମାର ପଲେଇ । ବାଲିପାଟଣା ଫରେଷ୍ଟ ରେଞ୍ଜ ଭିତରୁ ହରିଣ ଶିକାର କରି ତାର ଛାଲକୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ରୁ ବର୍ତ୍ତମାନ ସୁଦ୍ଧା ୭ ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ଏହାସହ ୨୧ ଟି ବାଘ ଛାଲ, ୧୨ ଟି ହାତୀ ଦାନ୍ତ, ୮ ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ପାଖାପାଖି ୫୦ ଜଣଙ୍କୁ ଏସଟିଏଫ୍ ଗିରଫ କରିଛି ।

Leave a Reply

Your email address will not be published. Required fields are marked *