ଘରୁ ଡାକିନେଇ ମହିଳାଙ୍କୁ ନିର୍ମମ ହତ୍ୟା ଅଭିଯୋଗ

ଜଗତସିଂହପୁର : ବିଧବା ମହିଳାଙ୍କୁ ନିର୍ମମ ହତ୍ୟା । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରୁ ଡାକିନେଇ ନିର୍ମମ ଭାବେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘର ଭିତରେ ମହିଳାଙ୍କ ମୃତଦେହ ରଖି ଅଭିଯୁକ୍ତ ଫେରାର । ମୃତ ମହିଳା ୫୫ ବର୍ଷୀୟା ତୁଳସୀ ମଣ୍ଡଳ । ତୁଳସୀ ମଣ୍ଡଳକୁ ସେହି ଗାଁର ୪୫ ବର୍ଷୀୟ ସଞ୍ଜୁ ଦାସ ଗତକାଲି ନିଜ ଘରକୁ ଡାକି ଆଣିଥିଲେ । ସଞ୍ଜୁ ଦାସଙ୍କ ସହ ପାଚେରା ଗାଁର ବିମ୍ବାଧର ସ୍ୱାଇଁ ଓ କନାଗୁଳି ଗାଁର ଲୋକ ମିଶି ତୁଳସୀ ମଣ୍ଡଳକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ହତ୍ୟାକରି ଘରଭିତରେ ମୃତଦେହ ରଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଘର ଭିତରେ ମୃତଦେହ ରହିଥିବାବେଳେ ଘର ଆଗରେ ମୃତ ମହିଳାଙ୍କ ଆତ୍ମୀୟ ଓ ଶତାଧିକ ଲୋକ ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣାରେ ବସିଛନ୍ତି । ପୋଲିସ ବିମ୍ବାଧର ସ୍ୱାଇଁ ସହ ଅନ୍ୟ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Leave a Reply

Your email address will not be published. Required fields are marked *