ନବରଙ୍ଗପୁର ଓ କଳାହାଣ୍ତିକୁ ବିଛିନ୍ନ କରୁଛି ଭାଲୁ ଜର ନଦୀ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକ୍ ପାତ୍ରପୁଟ ପଞ୍ଚାୟତ ଅନ୍ତର୍ଗତ ତଥା କଳାହାଣ୍ତି ସୀମାନ୍ତରେ ଥିବା ଭାଲୁ ଜର ନାଳର ପୋଲ ନିର୍ମାଣ ହୋଇପାରୁ ନ ଥିବାରୁ ନବରଙ୍ଗପୁର ଓ କଳାହାଣ୍ତି ଜିଲ୍ଲାକୁ ଯାତାୟତ ବିଛିନ୍ନ ହୋଇଛି । ଯାତାୟତ ପାଇଁ ସଡକ ବ୍ୟବସ୍ତା ହୋଇଥିଲା, ହେଲେ ପୋଲ ବ୍ୟବସ୍ତା ହୋଇ ନଥୁବାରୁ ଉଭୟ ଜିଲ୍ଲାର ଲୋକ ହଇରାଣ ହେଉଛନ୍ତି । ତେନ୍ତୁଳିଖୁଣ୍ଟି ବ୍ଲକ୍ ରୁ ୨୮ କିଲୋମିଟର ଦୂରରେ ରହିଛି କଳାହାଣ୍ତି ଜିଲ୍ଲା । ଜୟପାଟଣା ସହର ନବରଙ୍ଗପୁର ପାପତାହାଣ୍ତି ଓ ଆମପାଣି ଦେଇ ଜୟପାଟଣା ଯିବାକୁ ହେଲେ ଲୋକଙ୍କୁ ୧୨୦ କିଲୋମିଟର ଅତିକ୍ରମ କରିବାକୁ ପଡିଥାଏ । ସେହିପରି ଇନ୍ଦିରାବତି ଦେଓପାଲି ଓ ମୂଖିଗୁଡ଼ା ଦେଇ ଯିବାକୁ ହେଲେ ଜୟପାଟଣା ୭୦ କିଲୋମିଟର ପଡିଥାଏ । ତେବେ ତେନ୍ତୁଳିଖୁଣ୍ଟି ପୂଜାରୀଗୁତା ଓ ଡୁଲୁଘାଟି ଦେଇ ମାତ୍ର ୨୮ କିଲୋମିଟର ଦୂରତା ଅତିକ୍ରମ କଲେ ଜୟପାଟଣା ସହର ପଡ଼ୁଥିବାରୁ ଏହି ରାସ୍ତା ଏବେ ଅଚଳ ହୋଇପଡିଛି । ପ୍ରତ୍ୟେକ ଦିନ ଶତାଧିକ ଯାନ ବାହାନ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ସଡ଼କ ବ୍ୟବସ୍ତାରେ ସୁଧାର ଆସିବା ପରେ ଉଭୟ ଜିଲ୍ଲା ବାସୀଙ୍କ ମଧ୍ୟରେ ନିବିଡ଼ତା ଆସିବା ସହିତ ସମ୍ପର୍କରେ ମଧ୍ୟ ନିବିଡ଼ତା ଆସିପାରିବ । କିନ୍ତୁ ଦୁର୍ଭାଗ୍ୟ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ରାସ୍ତାରେ ପଡୁଥିବା ଭାଲୁ ଜର ନାଳରେ ପୋଲ ନିର୍ମାଣ ହୋଇପାରି ନ ଥିବାରୁ ବର୍ଷାଦିନେ ଯାତାୟତ ଏକ ପ୍ରକାର ଠପ୍‌ ହୋଇଯାଇଛି । ଖରା ଓ ଶୀତ ଦିନ ଏହି ରାସ୍ତା ଦେଇ ଯାତାୟତ ସ୍ବାଭ।ବିକ ହେଉଥିଲେ, ବର୍ଷାଦିନ ଯାତାୟତ ସମୟରେ ସମସ୍ୟା ହେଉଥିବା କଳାହାଣ୍ତି ଓ ନବରଙ୍ଗପୁର ଜିଲ୍ଲା ବାସି କହିଛନ୍ତି । ଏହି ପୋଲ ତୁରନ୍ତ ନିର୍ମାଣ ହେଲେ ଉଭୟ ଜିଲ୍ଲା ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ କରିଛନ୍ତି । ଯୁବନେତା ଶ୍ରୀ ଅଖିଳ ଭତରା ଓ ସାମୁଏଲ ସୁନା ସମେତ ଭାଲୁ ଜର ଗ୍ରାମବାସୀ ମତ ପ୍ରାକଶ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *