ଦୋଳାରେ ବୁହା ହେଲେ ଗର୍ଭବତୀ

ପାତ୍ରପୁର: ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଠଣାଗାଁ ଗ୍ରାମର ଜଣେ ଗର୍ଭବତୀ ତିନିଦିନ ତଳେ ଦୋଳାରେ ବୁହା ହୋଇ ଡାକ୍ତରଖାନା ଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା। ଏହି ଚର୍ଚ୍ଚା ଥମିନଥିବାବେଳେ  ଆଜି ପୁଣି ସେହି ଗ୍ରାମ ନିକଟ ସାନଗାଁର ଅନ୍ୟ ଜଣେ ଗର୍ଭବତୀଙ୍କୁ ଦୋଳାରେ ବୁହାହୋଇ ଡାକ୍ତରଖାନାକୁ ନିଆଯାଇଛି। ସାନଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇଙ୍କ ପତ୍ନୀ ହୀରା ଦଳେଇଙ୍କ ଆଜି ଅପରାହ୍ଣରେ ଗର୍ଭ ବେଦନା ହୋଇଥିଲା। ଫଳରେ ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ବାଣିଆଖାଲ ପର୍ଯ୍ୟନ୍ତ ଜଙ୍ଗଲ ଘାଟି ରାସ୍ତାରେ ଦୋଳାରେ(ସାଙ୍ଗୀ ଭାର) ଯୋଗେ ବୋହି ଆଣି ଥିଲେ। ସେଠାରୁ ଏକ ଅଟୋ ଭଡା କରି ଜରଡା ଡାକ୍ତରଖାନାକୁ ନିଆଯାଇଥିଲା। ସେହିଠାରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଏବେ ମା’ ଓ ନବଜାତକ ସୁସ୍ଥଥିବା ଜଣାପଡ଼ିଛି। ସାନଗାଁ ଗ୍ରାମଟି ପାହାଡ଼ ଉପରେ ରହିଥିବା ବେଳେ ଗ୍ରାମକୁ ସୁରଙ୍ଗୀ ମନ୍ଦରଡ। ରାସ୍ତାର ଷୋଳଭାଗ ପେଣ୍ଠ ନିକଟରୁ ପକ୍କା ରାସ୍ତା କାର୍ଯ୍ୟ ଚାଲିଛି। ତେବେ ସେହି ରାସ୍ତାରେ ଡାକ୍ତରଖାନା ପ୍ରାୟ କୋଡିଏ କିଲୋମିଟର ଦୂରତା ହେଉଛି। ତେବେ ଗ୍ରାମ ଠାରୁ ଜରଡା ତିନି କିଲୋମିଟର ଦୂର ହୋଇଥିବା ବେଳେ ନିର୍ମାଣ ଚାଲିଥିବା ରାସ୍ତା ଜରଡ।କୁ ସଂଯୋଗ ହେବା ଲକ୍ଷ୍ୟ ରହିଛି। ଗ୍ରାମର ଦୁଇ ଜଣ ଗୋବିନ୍ଦ ପ୍ରଧାନ ଏବଂ ମାଧବ ପ୍ରଧାନ ତାଙ୍କୁ ପାହାଡ଼ ତଳ ତିନିକିଲୋମି ବୋହି ଆଣିଥିବା ବେଳେ ଅନ୍ୟମାନେ ସହାୟତା କରି ଥିଲେ। ସାନଗାଁ ଗ୍ରାମ ଠାରୁ ଜରଡ।କୁ ରାସ୍ତା ନିର୍ମାଣକାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରାଗଲେ ଲୋକଙ୍କ ପଥ କଷ୍ଟ ଦୂର ହେବ।

Leave a Reply

Your email address will not be published. Required fields are marked *