ଅନ୍ଧ ଭକ୍ତଙ୍କ ଭକ୍ତି ହିଁ ବିପଦ : ନିଜେ ମଲା ସମସ୍ତଙ୍କୁ ମାରିଲା

ଜଳେଶ୍ବର, (ଭାଗ୍ୟବତୀ ଦାସ) : କିଛି ଲୋକ କହୁଛନ୍ତି ମୋର ଭଗବାନ ଅଛନ୍ତି ମୋତେ ରକ୍ଷା କରିବେ, ଆଉ କିଛି କହୁଛନ୍ତି ମୋର ଆହ୍ଲା , ଆଉକିଛି ଜିସୁ ଅଛନ୍ତି , କିନ୍ତୁ ଏ ମଣିଷ ବୁଝିବାକୁ ନାରାଜ କି ସେଇ ଠାକୁର ବା ଭଗବାନ ମାନେ ହିଁ କରୋନାରୁ ରକ୍ଷା ପାଇବା ପାଇଁ ଲକଡାଉନ ବା ସଟଡାଉନ ନାମକ ମେଡିସିନ୍ ବାହାରକରିଛନ୍ତି ।

ଗୋଟେ ଗାଁରେ ଜଣେ ଅପାଠୁଆ ଗରିବ ବ୍ୟକ୍ତି ଥିଲେ। ସେ ୫ଜଣ ପରିବାରକୁ ନେଇ ଚଳୁଥିଲେ ପ୍ରତିଦିନ ମୁଲମଜୁରି ଲାଗି ପରିବାରର ଭରଣ ପୋଷଣ କରନ୍ତି । ଯେଉଁଥି ପାଇଁ ଗାଁର ସମସ୍ତଙ୍କର ପକ୍କାଘର ଥିଲେ ମଧ୍ୟ ନିଜେ ପଲା ଘରେ ରୁହନ୍ତି । କାରଣ ଥିଲା ତାଙ୍କ ପାଖରେ ସମ୍ବଳ ନଥିଲା ପକ୍କାଘର କରିବାକୁ। କିନ୍ତୁ ବ୍ୟକ୍ତି ଜଣକ ବହୁତ ଠାକୁର ବିଶ୍ବାସିଥିଲେ ଦିନର ୩ଘଣ୍ଟା ଠାକୁର ପୂଜାରେ ବିତେ। ଯାହାକୁ ନେଇ ସେ ଗର୍ବକରେ ସବୁବେଳେ କହେ ମୋ ଠାକୁର ମୋତେ ବଞ୍ଚାଇ ଦେଉଛନ୍ତି। ଦିନେ ଟିଭିରେ ପ୍ରଚାର କରାଗଲାକି ଆସନ୍ତା ଦୁଇଦିନ ପରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ହେବ । ବର୍ଷାବି ଆରମ୍ଭ ହୋଇଗଲା ସରକାରୀ ସ୍ତରରେ ସରପଞ୍ଚ ମାନଙ୍କୁ ନିର୍ଦେଶ ହେଲା ନିଜପଞ୍ଚାୟତରେ ଅସୁରକ୍ଷିତଘରେ ବିଶେଷ କରି ପଲା ବା ଭୂଇଁ ପଲା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିଆଣ। ସରପଞ୍ଚଗଲେ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବାକୁ ବ୍ୟକ୍ତି ଜଣକ ସିଧାସଳଖ ମନା କଲେ ଆସିବାକୁ ଏମିତିକି ନିଜ ପରିବାରର କାହାରିକୁ ଛାଡିଲେନି। ଖୋଦ ବିଡିଓ ସାହେବ ମଧ୍ୟଗଲେ କିନ୍ତୁ ବ୍ୟକ୍ତି ଜଣକ କହିଲେ ଆପଣ ନିଃସନ୍ଦେହରେ ଯାଆନ୍ତୁ ଆମସହ ଆମ ପ୍ରଭୁ ଅଛନ୍ତି ସେ ଆମକୁ ରକ୍ଷା କରିବେ। ବିଡିଓ ସାହେବ ମଧ୍ୟଫେରି ଆସିଲେ ହେଲେ ସେଇଦିନ ରାତିରେ ପ୍ରବଳ ପବନ ସହ ବର୍ଷା ହେବାରୁ କାନ୍ଥ ପଡିଗଲା ଆଉ ପରିବାରର ୫ଜଣ ଯାକ ମୁ୍ରତ୍ୟୁବରଣ କଲେ। ଏକଥା ତାଙ୍କର ଜଣେ ବନ୍ଧୁ ଠାକୁରଙ୍କୁ ପଚାରିଲେ କହିଲେ ହେ ପ୍ରଭୁ ତୁମର ଏତେ ବଡ ଭକ୍ତଥିଲେ ମୋବନ୍ଧୁ ତୁମକୁ ବିଶ୍ବାସକରି ସେ ଘରୁ ବାହାରକୁ ଗଲେନି ତୁମେ ତାଙ୍କୁ ସୁରକ୍ଷିତ ନରଖି ମାରିଦେଲ ? ଭଗବାନ ସେଇ ବ୍ୟକ୍ତିଙ୍କୁ ଶୂନ୍ୟ ବାଣିରେ କହିଲେ ଭକ୍ତ ହେବାରେ କିଛି ଅସୁବିଧା ନଥିଲା କିନ୍ତୁ ଅନ୍ଧଭକ୍ତ ହେବାରେ ଅସୁବିଧାଥିଲା ସେ ଲୋକଜଣକ ନିରବୋଧ ମଧ୍ୟଥିଲା ସେଥିପାଇଁ ତା ସହ ତାପରିବାର ଦଣ୍ଡ ପାଇଲା ।

ଏ କଥା କହିବାର ତାତ୍ପର୍ଯ୍ୟ ଆଜି ଯେଉଁ ମାନେ ଭଗବାନ ବା ଆହ୍ଲା ଆମକୁ ରକ୍ଷା କରିବାର କଥା କହୁଛନ୍ତି ସାମାନେ ନିରବୋଧ। କାରଣ ଭଗବାନ ଏବେ ଡାକ୍ତର , ପୋଲିସ , ବିଭିନ୍ନ ଅଧିକାରି ଓ ସାମ୍ବାଦିକଙ୍କ ରୁପରେ ଆମପାଖରେ ଅଛନ୍ତି ଆମକୁ ସଚେତିତ କରୁଛନ୍ତି କିନ୍ତୁ ଆମେ ମାନୁନୁ ତା ମାନେ ଆମେ ଆମସହ ଆମ ପରବାର ସଦସ୍ୟଙ୍କ ମୃତ୍ୟୁର କାରଣ ହେବ। ଏବେ ସମୟ ଅଛି ସଚେତନ ରୁହ ସୁରକ୍ଷିତ ରୁହ ହାତିବୁଡି ଗଲାଣି ମେଣ୍ଡା ଭଳି ହୋଇ ପାଣିକେତେ ପଚାରନି।

Leave a Reply

Your email address will not be published. Required fields are marked *