କାଗଜପତ୍ର ଦେଖାଇ ନ ପାରିବାରୁ ପାନ ମସଲା ବ୍ୟବସାୟୀଙ୍କ ଠାରୁ ଫାଇନ୍ ଆଦାୟ

ସମ୍ବଲପୁର : ସମ୍ବଲପୁର ବୁର୍ଲାରେ ଜିଏସଟି ବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର ଫାଇନ୍ ଆଦାୟ । ଜଣେ ବ୍ୟବସାୟୀ ଗତ ରବିବାର ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଟିଏ ପିକଅପ୍ ଭ୍ୟାନ୍ ସହାୟତାରେ ପାନ ମସଲା ନେଉଥିଲେ । ତେବେ ବୁର୍ଲା ପୋଲିସ ଦ୍ବାରା ଧରାପଡିବାରୁ ପୋଲିସ ତତ୍ ସମ୍ବନ୍ଧୀୟ କାଗଜପତ୍ର ମାଗିଥିଲେ । ହେଲେ କାଗଜପତ୍ର ଦେଖାଇ ନପାରିବାରୁ ପୋଲିସ ପାନ ମସଲା ବୋଝେଇ ପିକଅପକୁ ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିଲା । ଫଳରେ ଜିଏସଟି ବିଭାଗ ଉକ୍ତ ପାନ ମସଲା ନେଉଥିବା ବ୍ୟବସାୟୀ ପ୍ରମୋଦ କୁମାର ଅଗ୍ରଓ୍ବାଲଙ୍କୁ ୧ ଲକ୍ଷ ୭୭ ହଜାର ୧୭୧ ଟଙ୍କା ଫାଇନ୍ କରାଯାଇଥିବା ନେଇ ସୋମବାର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *