ସିମୁଳିଆ : କଳଙ୍କିତ, କୁତ୍ସିତ,ଅଭଦ୍ର , ଯାରଜ ଯାହା କହିଲେବି ଭୁଲହେବନି ଏମିତି ବ୍ୟକ୍ତିର ଶିକ୍ଷକ ହେବାରଜେ ଖାଲି ଯୋଗ୍ୟତା ନାହିଁ ଏ ସମାଜରେ ବଞ୍ଚିବାରବି ଯୋଗ୍ୟତା ନାହିଁ । ମଣିଷ ପଣିଆ ଭୁଲୁଯାଇଥିବା ଜଣେ ଶିକ୍ଷକ କେତେ ଅଭଦ୍ର ହୋଇପାରନ୍ତି ତାହାର ବୋଧେ ୟାଠାରୁ ଆଉ ବଡ ନଗ୍ନଚିତ୍ର କିଛି ନଥାଇ ପାରେ । ଶିଶୁ ଦିବସରେ ଗୁରୁଶିଶ୍ୟ ପରମ୍ପରାକୁ ଭୁଲିଯାଇ ଅଶୈାଜନ୍ୟ ବ୍ୟବହାର କଲେ ଟିଉସନ ସାରେ । ଏହି ଟିଉସନ ସାରେ ଏବେ ପୁଲିସ କବ୍ଚାରେ ତେବେ ପୁଲିସ ଉକ୍ତ ଅଭଦ୍ର ସାରେ ଜଣକୁ ଅଟକ ରଖିଥିବା ବେଳେ ଘଟଣାର ତଦନ୍ତ ଯାରି ରଖିଛି । ମିଳିଥିବା ତଥ୍ୟ ମୁଳେ ଉକ୍ତ ଶିକ୍ଷକ ଜଣକ ସୋର ବ୍ଲକର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବେ କାମକରୁଥିବା ବେଳେ ତାଙ୍କ ଘର ସିମୁଳିଆ ବ୍ଲକ ଚାହ୍ଲୁଣି ଗ୍ରାମରେ ସେ ଟିଉସନ କରୁଥିଲେ । ତାଙ୍କ ପାଖକୁ ଦୈନିକ ଟିଉସନ ଆସୁଥିବା ଜଣେ ଷଷ୍ଠ ଶ୍ରଣେୀ ନାବାଳିକାଙ୍କୁ ଗତ କିଛିଦିନ ଧରି ଅଶାଳିନ ବ୍ୟବହାର କରିବାରୁ ଛାତ୍ରୀ ଜଣକ ତାଙ୍କ ଘରେ ଜଣାଇଥିଲେ ପରେ ଏ ବାବଦରେ ଛାତ୍ରୀଙ୍କ ମା ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ଶିକ୍ଷକ ଜଣକ ଅଟକ ଅଛନ୍ତି । ତେବେ ପୁଲିସ ଘଟଣାର ତଦନ୍ତ ଯାରି ରଖିଥିବା ବେଳେ ଶିକ୍ଷକଙ୍କ ତରଫରୁ କମ୍ପରମାଇଜ କରାଜିବାକୁ ଉଦ୍ୟମ କରାଯାଉଥିବା ବେଳେ ଛାତ୍ରୀଙ୍କ ମା ରାଜିନାହାନ୍ତି । ତେବେ ପୁଲିସ କଣ କରୁଛି ତାହା ଦେଖିବା ବାକି ରହିଲା । ଏସମ୍ପର୍କରେ ସିମୁଳିଆ ଥାନା ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେବି ସମ୍ବବ ହୋଇପାରିନି ।
