ବଣାଇ : ରାଉରକେଲାରୁ ବଣାଇ ଅଞ୍ଚଳକୁ ସପ୍ଲାଇ ହେଉଥିବା ନକଲି ସସ୍ କାରବାରକୁ ଶେଷରେ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ l ବଣାଇ ଅଞ୍ଚଳରେ ଟମାଟୋ ଓ ଚିଲି ସସ୍ ର ଚାହିଦାକୁ ଆଧାରକରି ଅନେକ ବ୍ୟବସାୟୀ ନକଲି ସସ୍ ସପ୍ଲାଇ କରି ବେଶ୍ ମୁନାଫା କମାଉଥିଲେ l ତେଣୁ ଦୀର୍ଘଦିନରୁ ଏହା ଉପରେ ନଜର ରଖିଥିବା ବଣାଇ ପୋଲିସ ଆଜି ଏଭଳି ଏକ ନକଲି ସସ୍ ବୋଝେଇ ପିକ୍ଅପ୍ ଭ୍ଯାନ No – OD. 01- AG – 4024 କୁ ଯାଞ୍ଚ କଲା ପରେ ସେଥିରେ ୬୭୮ ବୋତଲ ନକଲି ସସ୍ ଥିବା ଦେଖି ପିକଅପ୍ କୁ ଜବତ କରିଥିଲେ ଏବଂ ନକଲି ଜିନିଷ ଯୋଗାଣ କରୁଥିବା ରାହୁଲ ପ୍ରସାଦ ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି l ବଣାଇ ତଥା ଆଖପାଖ ଅଞ୍ଚଳରେ ଫାଷ୍ଟଫୁଡ୍ କୋର୍ଟ ଗୁଡିକରେ ଏହି ସସ୍ ବ୍ୟବହାର ପାଇଁ ବ୍ୟବସାୟୀ ଏଭଳି ନକଲି କାରବାର ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି l
