ଶିମିଳିପାଳ ଅଭୟାରାଣ୍ୟରୁ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ

କରଞ୍ଜିଆ  ସମ୍ବର ଶିକାରୀ ଗିରଫ । ୮ କେଜିରୁ ଅଧିକ ସମ୍ବର ମାଂସ ଜବତ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରାଣ୍ୟରୁ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀ ଜଣଙ୍କ ଚିରୁପଦା ଗାଁର ରବି ଖୁଣ୍ଟିଆ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ଠାକୁରମୁଣ୍ଡା ରେଞ୍ଜ ଓ ଶିମିଳିପାଳ ଟାଇଗର ରିଜର୍ଭ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ କିଛି ଶିକାରୀଙ୍କୁ ପିଛା କରିଥିଲେ ବନବିଭାଗର ଟିମ୍‌ । ଶେଷରେ ଠାକୁରମୁଣ୍ଡ ରେଞ୍ଜ ଚିରୁପଦା ଗାଁ ନିକଟରୁ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବନବିଭାଗ । ଏହା ସହିତ ଘଟଣାସ୍ଥଳରୁ ୮ କେଜିରୁ ଅଧିକ ସମ୍ବର ମାଂସ ଜବତ କରିଛି ବନବିଭାଗ । ଗିରଫ ଶିକାରୀକୁ ରେଞ୍ଜ ଅଫିସକୁ ଆଣି ପଚରାଉଚରା କରିବା ସହ ଅଧିକ ତଦନ୍ତ କରୁଛି ବନବିଭାଗ ।

Leave a Reply

Your email address will not be published. Required fields are marked *