ପଟ୍ଟାମୁଣ୍ଡାଇ : ବାତ୍ୟା ହେଲାନି । କିନ୍ତୁ ସର୍ବନାଶ କଲା ବର୍ଷା । ଉଜୁଡିଗଲା ବର୍ଷକର ପରିଶ୍ରମ । ପାଣିରେ ପଚିଗଲା ଚାଷୀର ସୁନାର ଫସଲ । ବର୍ଷେ ଧରି ଚାଷୀ କରିଥିବା ପରିଶ୍ରମ ପାଣିରେ ପଡିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଚି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ବାତ୍ୟା ଜଓ୍ୱାଦ ଜନିତ ବର୍ଷା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜନଗର , ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳରେ ଧାନ ଚାଷ ନଷ୍ଟ ହୋଇଛି । କେବଳ ଧାନ ନୁହେଁ ବିରି, ମୁଗ, ପନି ପରିବା ଆଦି ଉଜୁଡିବାକୁ ବସିଲାଣି । ବିଲରେ ପାଚିଲା ଧାନ ଲୋଟି ପଡିଛି । ଆଣ୍ଠୁଏ ଆଣ୍ଠୁଏ ପାଣିରେ ଧାନ ଗଛ ପଡି ରହିଛି । ଫଳରେ ସବୁ ପଚିବାକୁ ବସିଲାଣି । ଯାହାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
