ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁହାଖଣ୍ଡି ଗ୍ରାମରେ ଥିବା ସୌରଚାଳିତ ନଳକୂପ ଗତ ୩ ସପ୍ତାହ ହେଲା ଅଚଳ ହୋଇପଡ଼ିଛି । ଫଳରେ ଏହି ନଳକୂପ ଉପରେ ନିର୍ଭର କରୁଥିବା ୧୮ ରୁ ୨୦ ପରିବାର ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଡହକ ବିକଳ ହେଉଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ଅଚଳାବସ୍ଥା ଦୂର କରି ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଏବଂ କିନାଲୋଇ ପଞ୍ଚାୟତର ସରପଞ୍ଚ ସରୋଜିନୀ କାଲୋ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
