ଖୋର୍ଦ୍ଧା : ନିଆଁ ଲାଗି ୪ ବଖରା ଘର ପୋଡି ପାଉଁଶ । ଦିପାବଳୀ ବାଣରୁ ନିଆଁ ପଡି ଘର ପୋଡିଥିବା ସନ୍ଦେହ । ଖୋର୍ଦ୍ଧା ଜଂକିଆ ଥାନା ହଜ ଗ୍ରାମପଞ୍ଚାୟତ କଲରାଝର ସାହିରେ ଘଟିଛି ଘଟଣା । ନିଆଁ ଲାଗି ଘର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ସମସ୍ତ ଘରକକରଣା ଜିନିଷପତ୍ର ସମେତ ଧାନ ଚାଉଳ ପୋଡି ନଷ୍ଟ ହୋଇଛି ।
ଖବର ପାଇ ରଣପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । କଲରାଝର ଗ୍ରାମର କେଳୁ ଦାଶ, ରବିନ୍ଦ୍ର ଦାଶ, ବିଶ୍ୱମ୍ବର ଦାଶ ଓ ଦଣ୍ଡପାଣି ପ୍ରଧାନଙ୍କର ଗୋଟିଏ ଗୋଟିଏ ବଖରା ଘର ପୋଡି ଥିବା ଜଣାପଡିଛି ।
