ନୀଳଗିରି : ନୂତନ ପିଚୁ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ । ପିଚୁ କାର୍ଯ୍ୟରେ ଭାଗ ମାପରେ ଦୁର୍ନୀତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଲେଶ୍ଵର ଜିଲ୍ଲା ନୀଳଗିରିର ମିତ୍ରପୁର ଠାରୁ ବଇଁଚା ରାସ୍ତାର ନରସିଂହପୁର ନିକଟ କାଳନ୍ଦୀ ଛକରେ ପିଚୁ ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଠିକାଦାରଙ୍କୁ କହିବା ପରେ ସେ ଶୁଣିନଥିଲେ ।
ନୀଳଗିରି ପୂର୍ତ୍ତ ବିଭାଗର ଜେଇ କିମ୍ବା ଏସଡିଓ ଅନୁପସ୍ଥିତିରେ ଠିକାଦାର ମନମୁଖୀ ଓ ରାତିରେ କାକରରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏନେଇ ନୀଳଗିରି ପୂର୍ତ୍ତ ବିଭାଗର ଅଫିସରେ କୌଣସି ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
