ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଲୁଥୁର୍ବା ଗ୍ରାମରେ ଥିବା ଗୈାରି(ଆଇ ଟି ଆଇ)ର ଚଳିତ ବର୍ଷର ନୂତନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସ୍ବାଗତ ଓ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଣାଇ ଉପଖଣ୍ଡ କାରାଗାରର ଅଧିକ୍ଷକ ଲକ୍ଷ୍ମୀକାନ୍ତ ଧନେଇ ମାଝୀ ଯୋଗଦେଇ ଥିବାବେଳେ, ସମ୍ମାନିତ ଅତିଥି ଭାବେ ଡଃ ସୁବାଷ ଚନ୍ଦ୍ର ଲେଙ୍କା, ରାଉରକେଲା ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ନୂତନ ବର୍ଷର ଶିକ୍ଷା ଦାନ ନିମନ୍ତେ ଯୋଗ ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷୟିତ୍ରୀ ଛଵିତା ରାଉତ ମଞ୍ଚ ପରିଚାଳନା କରିଥିବାବେଳେ, ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୈାରି ଆଇ,ଟି,ଆଇ ର ପରିଚାଳନା ନିର୍ଦ୍ଦେଶକ ରାଜୁ ପୃଷେଠ, ଶୁଭେନ୍ଦୁ ସାମଲ, ଅଧ୍ୟକ୍ଷ ଶିବଶଙ୍କର ପୃଷେଠ, ବିକାଶ ସୂତାର, ସୁକନ୍ୟା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।
