ଆଠଗଡ : ଆଠଗଡ ତହସିଲ ପକ୍ଷରୁ ବେଆଇନ ଲଘୁ ଖଣିଜ ସାମଗ୍ରୀ ଚାଲାଣ ଉପରେ ନିୟମିତ ଚଢାଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ନିଜେ ତହସିଲଦାର ପ୍ରିୟବ୍ରତ ଦାସ ଅନ୍ୟ କର୍ମଚାରୀଙ୍କ ସହ ଆଠଗଡ ମୁଣ୍ଡଳି ରାସ୍ତାର ଧାଇପୁର ନିକଟବର୍ତ୍ତୀ ସୋମନାଥପୁରଠାରେ ଯାଞ୍ଚ କରିବା ସମୟରେ ଏକ ବାଲି ବୋଝେଇ ହାଇୱା ଟ୍ରକ୍ ଏବଂ ଅନ୍ୟ ଏକ ମାଙ୍କଡା ପଥର ବୋଝେଇ ଟ୍ରକ୍ ବିନା କାଗଜପତ୍ରରେ ଚାଲାଣ ହେଉଥିବାରୁ ଜବତ କରିଥିଲେ । ବାଲି ବୋଝେଇ ହାଇୱା ଟ୍ରକ୍ରୁ ୧୫,୪୯୦ ଟଙ୍କା ଏବଂ ପଥର ବୋଝେଇ ଟ୍ରକ୍ରୁ ୨୧,୦୮୦ ଟଙ୍କା ଜୋରିମନା ଆଦାୟ କରିବା ପରେ ସେଗୁଡିକୁ ଛାଡି ଦିଆଯାଇଥିଲା । ଆଗାମୀ ଦିନରେ ଏହି ଲଘୁଖଣିଜ ସାମଗ୍ରୀ ଚୋରା ଚାଲାଣ ଉପରେ ଅଧିକ ଚଢାଉ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
