ମେଷ : ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ବେଜ୍ଞାନିକଙ୍କୁ ବଡ ସଫଳତା ମିଳିବ । ପ୍ରେମୀଯୁଗଳ ନିଜର ସାଥୀ ପ୍ରତି ବିଶ୍ୱାସ ବଜାୟ ରଖନ୍ତୁ ।
ବୃଷ : ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ ।
ମିଥୁନ : ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । ଅଫିସରେ ଜରୁରୀ କାମ ପୂରା କରିବାରେ ଉପସ୍ଥିତ କର୍ମଚାରୀଙ୍କ ସହେଯାଗ ପାଇବେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ ।
କର୍କଟ : କାରବାରରେ ଅନିଶ୍ଚିତତା ରହିପାରେ । ଯାହା ବି କରିବେ ସକାରାତ୍ମକ ହୋଇ କରନ୍ତୁ । ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ଜୀବନସାଥୀଙ୍କ ସହେଯାଗ ଆପଣଙ୍କ ଅଶାନ୍ତି କମ୍ କରିବ ।
ସିଂହ : ଧନ ଲାଭର ଯୋଗ ରହିଛି । ଶିକ୍ଷକଙ୍କ ଲାଗି ଭଲ ଦିନଟିଏ । ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ । ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ ।
କନ୍ୟା : ଆପଣଙ୍କ ଲାଗି ଆତ୍ମବିଶ୍ୱାସ ଓ ଆଶାଯୁକ୍ତ ଦିନଟିଏ । ଯାହା କରିବା ପାଇଁ ଭାବିଥିଲେ ତାହା ସଂପୂର୍ଣ୍ଣ ହୋଇଯିବ । ନିଜ କାମରେ ନୂଆ କୌଶଳ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ ।
ତୁଳା : ଆପଣଙ୍କର ମାନସିକ ଅସ୍ଥିରତା ବଢିପାରେ । ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ । ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ । ଡାକ୍ତରଙ୍କର ସୁନାମ ବଢିବ ।
ବିଛା : ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ । ଅଭାବୀ ଲୋକଙ୍କୁ ସହାୟତା କରିବାରେ ସଙ୍କୋଚ କରନ୍ତୁ ନାହିଁ । ଛାତ୍ରଙ୍କର ପାଠପଢାରେ ମନ ଲାଗିବ ।
ଧନୁ : ମନରେ ବହୁତ ସକାରାତ୍ମକ ଭାବନା ଆସିବ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ବିବାହିତ ଲୋକ ଜୀବନସାଥୀଙ୍କୁ ଅଧିକ ରୁ ଅଧିକ ସମୟ ଦିଅନ୍ତୁ ।
ମକର : ଜୀବନରେ ଅନ୍ୟମାନଙ୍କର ସହଯୋଗ ମିଳିବ । ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବ । ଦାମ୍ପତ୍ୟ ଜୀନମ ପ୍ରୀତିକର ହେବ ।
କୁମ୍ଭ : ଚାକିରିଆଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢନ୍ତୁ ।
ମୀନ : ଦିନଟି ଆପଣଙ୍କର ଲାଗି ସବୁ ଦୃଷ୍ଟିରୁ ଭଲ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଆପଣ ନିଜ ଆତ୍ମବିଶ୍ୱାସର ଆନନ୍ଦ ନିଅନ୍ତୁ । ସାଥୀ ମେଳରେ ଆପଣଙ୍କର ଛବି ଉତ୍କୃଷ୍ଟ ରହିବ ।
