ଗଲୁଆ ଅବସରପ୍ରାପ୍ତ ସୈନିକ ଥାନାରେ ଅଟକ

ନୀଳଗିରି : ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅଧିନସ୍ତ, ଜନୈକ ନାବାଳିକା କନ୍ୟା (୧୧) ବର୍ଷ ପଡୋଶୀ ରାଜକିଶୋର ବେହେରାଙ୍କ ଘରୁ କଦଳୀ ଏବଂ ସପୁରି ଆଣିବାକୁ ଯାଇଥିବା ବେଳେ, ନାବାଳିକା ଜଣକ ରାଜକିଶୋରଙ୍କୁ ସପୁରି, କଦଳୀ ମାଗିବାରୁ ବାଡ଼ିରେ ଅଛି କହି ଡାକି ନେଇ ଅସଦ ଆଚରଣ କରିଥିଲେ । ଘଟଣା ସମ୍ପର୍କରେ ନାବାଳିକା ଜଣକ ମା ପାଖରେ କହିଥିବା ପରେ ସନ୍ଧ୍ୟାରେ ଗ୍ରାମରେ ଏକ ଗ୍ରାମସଭା ହୋଇଥିଲା । ସଭାରେ କୌଣସି ସମାଧାନ ନ ହେବାରୁ ନାବାଳିକାର ମା ବରମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରାଜକିଶୋରକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଛି । ରାଜକିଶୋର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ହୋଇ ଏଭଳି ଅଳଜୁକ କାର୍ଯ୍ୟ କରିଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *