ଲେବର କାର୍ଡ କରାଇବା ପାଇଁ ମୁଣ୍ଡ ପିଛା ୭୦୦ ଟଙ୍କା ଠକିନେଲେ

ଗଞ୍ଜାମ : ପୁଣି ଠକେଇ ଅଭିଯୋଗ । ଲେବର କାର୍ଡ କରାଇବା ପାଇଁ ମୁଣ୍ଡ ପିଛା ୭୦୦ ଟଙ୍କା ଠକିନେଲେ । ଠକାମିର ଶିକାର ହୋଇଛନ୍ତି ଅନେକ ନୀରିହ ଲୋକ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ପଦ୍ମପୁର ଗାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଧରାକୋଟ ବ୍ଲକ ଲକ୍ଷ୍ମୀପୁର ଗାଁର ପ୍ରସନ୍ନ ରାଉତ ନାମକ ଜଣେ ବ୍ୟକ୍ତି ଲେବର କାର୍ଡ କରାଇଦେବା କହି ମୁଣ୍ଡ ପିଛା ୭୦୦ ଟଙ୍କା ଠକି ନେଇଥିବା ବଡଗଡ ଥାନାରେ ଅଭିଯୋଗ ହୋଇଛି । ୩ ବର୍ଷ ପୂର୍ବରୁ ପଦ୍ମପୁର ଭଳି ୫ ଖଣ୍ଡ ଗାଁର ଲୋକଙ୍କ ଠାରୁ ଲେବର କାର୍ଡ କରାଇଦେବା କହି ଠକିନେଇଛନ୍ତି ଟଙ୍କା । ପ୍ରତି ଗାଁରୁ ୭୦ ରୁ ୮୦ ଜଣଙ୍କ ଠାରୁ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗ ହୋଇଛି ।

ଆମ ଟଙ୍କା ଆମକୁ ଫେରାଇବାକୁ ଦାବି ଜୋର ଧରିଛି । ରାଜରାସ୍ତାରେ ଲୋକେ ପ୍ରତିବାଦ ଜଣାଇଛନ୍ତି । ଅଭିଯୁକ୍ତ ଜଣକ ଲୋକଙ୍କୁ କହିଛି ଯେ ୭୦୦ ଟଙ୍କା ଦେଲେ ଆମେ ୭ ମାସରେ ଫେରାଇଦେବୁ । କିନ୍ତୁ ଦେଲା ନାହିଁ । ପରେ ଗ୍ରାମବାସୀମାନେ ତା’ ପାଖକୁ ବାରମ୍ୱାର ଯାଇ ପଚାରିବାକୁ ସେ ଧରାଛୁଆଁ ଦେଲାନି । ଶେଷରେ ନିରାସ ହୋଇ ଲୋକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

କେବଳ ସେତିକି ନୁହେଁ, ଧମକ ଦେଇଥିବା ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କେବଳ ଗୋଟିଏ ଗାଁରୁ ନୁହେଁ ପାଖାପାଖି ୫ ଖଣ୍ଡ ଗାଁରୁ ଏପରି ଜାଲିଆତି କରି ଠକିଥିବା ସେମାନେ ଅଭିଯୋଗ କରିଛନ୍ତି । ଗୋଟେ ଗୋଟେ ଗାଁରୁ ୫୦ ହଜାର ଲେଖାଏ ନେଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *