ଖଇରା : ବାଲେଶ୍ୱର ଜ଼ିଲ୍ଲା ଖଇରା ଦୁର୍ଗା ମଣ୍ଡପ ପରିସରେ ଏକ ଚା’ ଦୋକାନରେ ଚା’ ପିଇବା ସମୟରେ ସାମ୍ବାଦିକ ରଘୁନାଥ ନାୟକଙ୍କୁ ମରଣାତ୍ମକ ଆକ୍ରମଣ । ଦୁର୍ବୁତ୍ତ ବାବୁଲି ମଢ଼ୁଆଳ ନିଶାଶକ୍ତ ଅବସ୍ତାରେ ଆକ୍ରମଣ କରିଥିବା ସାମ୍ବାଦିକ ନାୟକ ପ୍ରକାଶ କରିଛନ୍ତି । ଏନେଇ ଶ୍ରୀଯୁକ୍ତ ନାୟକ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, ପରେ ଖଇରା ଥାନାଅଧୀକାରୀ ଗଣେଶ୍ୱର ପ୍ରଧାନ ଆସାମୀଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣା ସ୍ଥଳରୁ ବାଉଁଶ ବାଡ଼ିକୁ ଜବଦ ମଧ୍ୟ କରାଯାଇଛି । ଏନେଇ ଖଇରା ପୋଲିସ ୧୨୪/୨୨ର ଏକ ମାମଲା ରୁଜ କରିଛି । ତେବେ ଏଇ ଯୁବକକୁ ଶାଷକ ଦଳର କିଛି ନେତା ପବର୍ତ୍ତାଇଥିବା ବିଶେଷ ଶୁତ୍ରରୁ ସୂଚନା ମିଳିଛି । ତେବେ ଏଭଳି ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଖଇରା ଅଂଚଳରେ ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ନିନ୍ଦାକରିଥିବା ବେଳେ ରାଜ୍ୟରେ ବାରମ୍ବାର ସାମ୍ବାଦିକମାନଙ୍କୁ ଆକ୍ରମ ଘଟୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ପାଇଁ ଦାବି ହୋଇଛି ।
