ବିନା ନୋଟିସ୍‌ରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା

ଭୁବନେଶ୍ବର : ଭୁବନେଶ୍ବର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପଛରେ ରାଜନୈତିକ ଉଦ୍ଦେଶ୍ୟ । ଏଭଳି କିଛି ସାଙ୍ଘାତିକ ଅଭିଯୋଗ କରିଛି ବିଜେପି । ଯାହାକୁ ନେଇ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ବିଜେଡି ଉକ୍ତ ୱାର୍ଡରେ ପରାଜୟବରଣ କରିଥିବାରୁ ବିଜେଡି ସରକାରୀ କ୍ଷମତାର ପ୍ରୟୋଗ କରି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବିନା ଥଇଥାନରେ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଛନ୍ତି ଦୋକାନି ଓ ସାଧାରଣ ଲୋକେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା, ବ୍ୟାପକ ପୋଲିସ ମୁତୟନ । ପ୍ରଶାସନର ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛି ବିଜେପି । ବିନା ନୋଟିସ୍‌ରେ ଗଣେଶ ମଣ୍ଡପ ହାଟକୁ ରାତା ରାତି ଆସି ଉଚ୍ଛେଦ କରୁଛନ୍ତି ସରକାର । ଏହି ହାଟରୁ ଅନେକ ପରିବାରର ପେଟପାଟଣା ଚଳେ । ଏହି ହାଟରୁ ଦିଇ ପଇସା ରୋଜଗାର କରି  ଦୋକାନିଙ୍କ ଘର ଚଳେ ।

ଏହି ବ୍ୟବସାୟୀମାନଙ୍କ ପେଟରେ ନାତ ମାରିକି ଏଠି କେଉଁ ପ୍ରକାରର ବିକାଶମୂଳକ କାର୍ଯ୍ୟ ହେବ ବୋଲି ରାଜ୍ୟ  ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବେଜେପି ନେତ୍ରୀ ସୁନିତି ମୁଣ୍ଡ୍‌ ।  ତେବେ ସେହି ଓ୍ୱାର୍ଡରେ ବିଜେପି ଜିତିଥିବାରୁ ବିଜେଡି ଏହି ଉଚ୍ଛେଦ ଆକ୍ରୋଶ ମୂଳକ ଭାବେ କରୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *