ରାଶିଫଳ

ମେଷ : ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଲାଭ ପାଇବେ । ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ । ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ ।

ବୃଷ : କର୍ମ କ୍ଷେତ୍ରରେ ସଫଳତା ପାଇବେ । କଳା ସାହିତ୍ୟ କ୍ଷେତ୍ରରେ ଅଗକୁ ବଢିବେ । ମହତ୍ୱପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ । ପ୍ରେମ ବ୍ୟାପାର ଲାଗି ଦିନଟି ଭଲ ।

ମିଥୁନ : ଅଫିସରେ ସୁନ୍ଦର ପରିବେଶ ଆପଣଙ୍କୁ ଖୁସି କରାଇବ । ନୂଆ ଚାକିରି ଲାଗି ସୁଯୋଗ ଆସିପାରେ । ଜମି ଦଲାଲଙ୍କୁ ଲାଭ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ : ନୂଆ କାମ କରିବା ପାଇଁ ଯୋଜନା କରିବେ । ଆପଣଙ୍କର ନମ୍ର ସ୍ୱଭାବ ପାଇଁ ଲୋକେ ଆପନଙ୍କ ପ୍ରତି ଆକର୍ଷିତ ହେବେ । ଲାଗି ରହିଥିବା ବିବାଦର ସମାଧାନ ହେବ ।

ସିଂହ : ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ଅକର୍ଷିତ କରିବ । କୌଣସି ନୂଆ କାମ କରିବା ପାଇଁ ଭାବି ପାରନ୍ତି । କୌଣସି ପ୍ରତିଯୋଗୀ ପରୀକ୍ଷାରେ ପ୍ରସ୍ତୁତ ପାଇଁ ମନ ବଳାଇବେ ।

କନ୍ୟା : ପରିଶ୍ରମର ସୁଫଳ ପାଇବେ । ସମାଜରେ ମାନ ପ୍ରତିଷ୍ଠା ବଢିବ । ବନ୍ଧୁ ଓ ପରିଜନଙ୍କ ସହ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଜଭୁତ ହେବ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।

ତୁଳା : ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ । ବନ୍ଧୁ ଠାରୁ ଶୁଭ ଖବର ପାଇବେ । ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଆଗକୁ ବଢିବାର ସୁଯୋଗ ପାଇବେ ।

ବିଛା : ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ । ଧନଲାଭର ନୂଆ ଉତ୍ସ ଦେଖା ଦେବ । ବାହାରକୁ ବୁଲି ଯିବାର ଯୋଜନା କରିବେ ।

ଧନୁ : ନକରାତ୍ମକ ବିଚାର ମନକୁ ବିଚଳିତ କରିପାରେ । ପ୍ରଭୁଙ୍କୁ ସ୍ମରଣ କରନ୍ତୁ ସବୁ ଠିକ୍ ହୋଇଯିବ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ବାହନ କିଣିବା ଲାଗି ଆଗ୍ରହ ବଢିବ ।

ମକର : ସମୟ ଆପଣଙ୍କ ଲାଗି ବହୁତ ଭଲ । ପୁତ୍ର ଓ ଧନଲାଭ ଯୋଗ ରହିଛି । ଅଫିସରେ ବାକିଥିବା କାମ ପୂରା କରିପାରିବେ । ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ୱପୂର୍ଣ୍ଣ ବୈଠକ ହେବ ।

କୁମ୍ଭ : ଆପଣଙ୍କର କୌଣସି ଇଚ୍ଛା ପୂରା ହେବ । ପାରିବାରିକ ବାତାବରଣ ଶାନ୍ତି ଦାୟକ ରହିବ । ଶତ୍ରୁର ଷଡଯନ୍ତ୍ର ପ୍ରଘଟ ହୋଇଯିବ । ଜୀବନସାଥୀଙ୍କୁ ଭଲ ଉପହାର ଦେଇପାରନ୍ତି ।

ମୀନ : ସବୁ ସମସ୍ୟାର ସମାଧାନ ବାହାରିବ । ନେତା ଓ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ । ଆମଦାନି ବୃଦ୍ଧି ଲାଗି ନୂଆ ଯୋଜନା ମନରେ ଆସିବ । ପାରିବାରିକ ଜୀବନ ସୁଖକର ହେବ ।

Leave a Reply

Your email address will not be published. Required fields are marked *