ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୨-୧୩ ତୁଳନାରେ ୨୦୧୮-୧୯ରେ ଦେଶୀ ଗୋରୁଗାଈଙ୍କ ସଂଖ୍ୟାରେ ହ୍ରାସଘଟିଛି । ଏହା ବଦଳରେ ବିଦେଶୀ କ୍ରସ ବ୍ରିଡ୍ ସଂଖ୍ୟା ସଂଖ୍ୟା ବୃଦ୍ଧି ଘଟିଛି । ୨୦ତମ ପଶୁ ସଂପଦ ଜନଗଣନା ତଥ୍ୟରେ ଏହି ସୂଚନା ଦିଆଯାଇଛି । ଅକ୍ଟୋବର ୧, ୨୦୧୮ ରୁ ସେପ୍ଟେମ୍ବର ୨୦, ୨୦୧୯ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ତଥ୍ୟ ମୁତାବକ ଓଡ଼ିଶାରେ ବିଦେଶୀ କ୍ରସବ୍ରିଡ ‘ହୋଲଷ୍ଟନ୍ ଫ୍ରିସିୟନ୍’ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୩୭ ହଜାର ୪୬୩ । ବିଦେଶୀ ଜର୍ସି ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୮୨ ହଜାର ୬୨୭ । କ୍ରସବ୍ରିଡ୍ ଜର୍ସି ଗୋରୁଗାଈଙ୍କ ସଂଖ୍ୟା ୧୪,୨୬,୦୩୪ ରହିଥିବାବେଳେ ଅନ୍ୟ ବିଦେଶୀ କ୍ରସବ୍ରିଡ ଗୋରୁଗାଈଙ୍କ ସଂଖ୍ୟା ୨୭ ହଜାର ୩୩ ରହିଛି ।
ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଭାରତରେ ବିଭିନ୍ନ ପ୍ରକାର ୪୧ ଦେଶୀ ପ୍ରଜାତିର ଗୋରୁଗାଈ ଅଛନ୍ତି । ଏହା ମଧ୍ୟରୁ ଅଧିକାଂଶ ପ୍ରଜାତି ଓଡ଼ିଶାରେ ଥିବା ଜଣାପଡ଼ିଛି । ଓଡ଼ିଶାରେ ଘୁମୁସରୀ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୩୫ ହଜାର ୬୨୪ ଏବଂ ଏହାର (ଗ୍ରେଡେଡ୍) ସଂଖ୍ୟା ୩୨୫୬ ରହିଛି । ସେହିପରି ବିଞ୍ଝାରପୁରୀ ଶୁଦ୍ଧ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୬୯୪୦୬ ଓ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୧୪ ହଜାର ୪୪୩ ରହିଛି । ରିପୋର୍ଟ ଅନୁସାରେ ରାଜ୍ୟରେ ଗୀର ଶୁଦ୍ଧ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୨୭୨ ଓ ଏହାର ଗ୍ରେଡେଡ୍ ସଂଖ୍ୟା ୨୯୩୮ । ହରିୟାଣା ପ୍ରଜାତି ଗୋରୁଗାଈଙ୍କ ସଂଖ୍ୟା ୬୪୩୪ ରହିଥିବାବେଳେ ଏହାର ଗ୍ରେଡେଡ୍ ପ୍ରଜାତି ସଂଖ୍ୟା ୨୧ ହଜାର ୬୮ । ଖରିଆର ଶୁଦ୍ଧ ପ୍ରଜାତି ଗୋରୁଗାଈଙ୍କ ସଂଖ୍ୟା ୧୩ ହଜାର ୩୬୨ ଓ ଗ୍ରେଡେଡ ପ୍ରଜାତି ସଂଖ୍ୟା ୧୧୬୫୬ । ମୋଟୁ ଶୁଦ୍ଧ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୨,୩୧,୯୫୪ ରହିଥିବାବେଳେ ମୋଟୁ ଗ୍ରେଡେଡ ପ୍ରଜାତିର ସଂଖ୍ୟା ୧୬୭୨ ରହିଥିବାର ରିପୋର୍ଟରେ ଉଲ୍ଲେଖ ଅଛି ।
ରେଡ ସିନ୍ଧି ସଂଖ୍ୟା ରାଜ୍ୟରେ ୭୩୫୩ ରହିଛି । ଅନ୍ୟ ପକ୍ଷରେ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୨୮ ହଜାର ୩୦୪ । ରିପୋର୍ଟରେ ଚିଲିକା ଶୁଦ୍ଧ ପ୍ରଜାତି ମଇଁଷିଙ୍କ ସଂଖ୍ୟା ୧୦ ହଜାର ୯୯୬ ଓ ଗ୍ରେଡେଡ ପ୍ରଜାତି ସଂଖ୍ୟା ରହିଛି ୨୬୪୨ । କଳାହାଣ୍ଡି ଶୁଦ୍ଧ ପ୍ରଜାତି ମଇଁଷି ସଂଖ୍ୟା ୧୮,୧୨୩ ଓ ଗ୍ରେଡେଡ ମଇଁଷିଙ୍କ ସଂଖ୍ୟା ୭୦୩୮ ରହିଛି । ମୁରାହା ଶୁଦ୍ଧ ପ୍ରଜାତି ମଇଁଷିଙ୍କ ସଂଖ୍ୟା ୨୧୬୯ ରହିଥିବାବେଳେ ମୁରହା ଗ୍ରେଡେଡ୍ ମଇଁଷିଙ୍କ ସଂଖ୍ୟା ୬୨୭୨ ରହିଛି । ଓଡ଼ିଶାରେ ବିଦେଶୀ ପ୍ରଜାତିର ମେଣ୍ଢ଼ାଙ୍କ ସଂଖ୍ୟା ୧୫୮୪ ଓ ଏହାର କ୍ରସବ୍ରିଡ ସଂଖ୍ୟା ୪୪୨୮ ରହିଛି । ସ୍ବଦେଶୀ ବଲାଙ୍ଗୀର ଶୁଦ୍ଧ ପ୍ରଜାତି ମେଣ୍ଡାଙ୍କ ମେଣ୍ଢ଼ା ସଂଖ୍ୟା ୫୪,୮୫୪ ରହିଥିବାବେଳେ ଏହାର ଗ୍ରେଡେଡ ପ୍ରଜାତି ମେଣ୍ଢ଼ାଙ୍କ ସଂଖ୍ୟା ୨୫୩୯୩ ରହିଥିବାର ରିପୋର୍ଟରେ କୁହାଯାଇଛି । ଗଂଜାମ ଶୁଦ୍ଧ ପ୍ରଜାତି ମେଣ୍ଢ଼ାଙ୍କ ସଂଖ୍ୟା ୫୦ ହଜାର ୮୮୫ ଓ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୫୦୯୦୫ ରହିଛି । କେନ୍ଦ୍ରାପଡ଼ା ମେଣ୍ଢ଼ା ପ୍ରଜାତି ସଂଖ୍ୟା ୮୨୯୩ ଓ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୨୬୭୮ ରହିଥିବା ରିପୋର୍ଟରେ କୁହାଯାଇଛି ।
