ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ଆସନ୍ତା କାଲି ଠାରୁ ୩ ଦିନ ଯାଏଁ ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ଯୋଗୁଁ କାଳବୈଶାଖୀ ସମ୍ଭବାନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ୨ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ । ଆଜି ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହ ସମ୍ଭବାନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ପୁଣି ରାଜ୍ୟରେ ବାତ୍ୟା ନେଇ ଭୟ କରାଯାଉଛି । ମେ ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କା କରାଯାଉଛି । ଏଯାଏଁ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ମେ ୫ ବେଳକୁ ଲଘୁଚାପରେ ପରିଣତ ହୋଇପାରେ । ୬ ତାରିଖ ବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ବାତ୍ୟା ନେଇ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
