ଭୁବନେଶ୍ବର : ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲା କୋଭିଡ ମୁକ୍ତ ହେବାରେ ଲାଗିଛି । ଏବେ ପୁରୀ ଓ କଳାହାଣ୍ଡିରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି । ଏହା ସହ ଆଉ ୧୩ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳେ ରହିଛି । ତେଣୁ ଖୁବଶୀଘ୍ର ଅନ୍ୟ ଜିଲ୍ଲାଗୁଡ଼ିକ କୋଭିଡ ମୁକ୍ତ ହେବ ବୋଲି ଆଶା କରାଯାଉଛି ।
କରୋନାର ତୃତୀୟ ଲହରରେ ଏବେ ଦୈନିକ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ୧୪ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବାବେଳେ, ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳେ ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୨୮୫ କୁ ବୃଦ୍ଧି ପାଇଛି । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ସ୍ଥିର ୯୧୧୬ରେ ସ୍ଥିର ରହିଛି । ଆଜି ରାଜ୍ୟରେ ୯୭ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ଫଳରେ ରାଜ୍ୟର ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୩୯ କୁ ଖସି ଆସିଛି । ଅପରପକ୍ଷରେ ୧୨ ଲକ୍ଷ ୭୭ ହଜାର ୬୭୭ କୁ ବୃଦ୍ଧି ପାଇଛି ।
