ମାଲକାନଗିରି : ଛତିଶଗଡର ନାରାୟଣପୁର ଜିଲାରେ ଗୁରୁବାର ତିନିଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ଜଟଲୁର ମାଓ ସଙ୍ଗଠନର ତିନିଜଣ ମାଓବାଦୀ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶ ହରାଉଥିବା ସହ ବଡ଼ବଡ଼ ମାଓ କ୍ୟାଡରଙ୍କ ଅସହ୍ୟ ଅତ୍ୟାଚାର ଯୋଗୁଁ ମାଓ ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଆଜି ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ ରମେଶ ମୋହଡା, ରାଜେଶ କୁମାର ମୋହଡା, ସାଧୁ ପାଲୋ ଆକା । ରମେଶ ମୋହଡା ଏକ ୧୨ ବୋର ବନ୍ଧୁକ ସହ ଆତ୍ମସମର୍ପଣ କରିଛି । ବିଜାପୁର ପୁଲିସ ପକ୍ଷରୁ ଏହି ମାଓବାଦୀଙ୍କୁ ସ୍ବାଗତ ଜଣାଇବା ସହ ଅନ୍ୟ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିବାକୁ ନିବେଦନ କରାଯାଇଛି ।
