ବଣାଇ : ଶ୍ରୀ ଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ଵଣାଇଙ୍କ ମିଳିତ ସହଯୋଗରେ ବଣାଇର ସାମ୍ବାଦିକ, ଓକିଲ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଗତକାଲି ବଣାଇ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ସମୟରେ ଵଣାଇ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଶ୍ରୀ ଅରବିନ୍ଦଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ଵଣାଇ ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚି ଥିଲା ।

ମୁଖ୍ୟ ଅତିଥି ଭାବେ ଵଣାଇର ରାଜାବୀର କେଶରୀ ଇନ୍ଦ୍ର ଦେଓଦେଵ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଵଣାଇ ଓକିଲ ସଂଘ ସଭାପତି ବିନୟ କୁମାର ଦାଶ, ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମଲ୍ଲିକ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଉରକେଲା ଯୋଗ କେନ୍ଦ୍ରର ରଣଜୀତ ଦାସ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ଜୀବନ କାହାଣୀ ଉପରେ ଆଲୋକପାତ କରିଥିଲେ । ବଣାଇ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାତା ପ୍ରଦୀପ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍କୁଲର ସଭାପତି ଦିଲିପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା କେନ୍ଦ୍ରର ସମସ୍ତ ଶିକ୍ଷାବିତ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ଶେଷରେ ଗୁରୁଣ୍ଡିଆ ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ଦଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।
