ଭୁବନେଶ୍ୱର : ବଢୁଛି ଟମାଟୋ ଦର । କେବଳ ସହର ନୁହେଁ ଗାଁ ହାଟରେ ବି ବିଲାତି କିଲୋ ୮୦ ଟଙ୍କା । ସେହିପରି ପୋଟଳ କିଲୋ ୮୦ ଟଙ୍କା ଛୁଇଁଲାଣି । ପନିପରିବା ଅହେତୁକର ଦର ବୃଦ୍ଧି ଗରିବ ଖାଉଟିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ସେହିପରି ପରିବା ବେପାର ବେଶ୍ ପ୍ରଭାବିତ ହୋଇଥିବା କହିଛନ୍ତି ବ୍ୟବସାୟୀ । ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଗ୍ରାହକମାନେ ନିବେଦନ କହିଛନ୍ତି । ବର୍ଷା, ବାତ୍ୟା, ମରୁଡି ଯାହା ବି ହେଲେ ପ୍ରଥମେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
