ଜଗତସିଂହପୁର : ସଦର ଥାନା ହାବେଳି ନାଥ ସାହି ଗାଁରେ ଅଘଟଣ । ପୋଲିସର ଗିରଫ ଭୟରେ ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା । ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ସିଙ୍ଗିପୁର ଠାରେ ମୃତଦେହ ରଖି ଜଗତସିଂହପୁର- ନାଉଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି ।
ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ଓ ଗ୍ରାମବାସୀ ପୋଲିସ ଗାଡି ଭଙ୍ଗାରୁଜା କରିବା ଘଟଣାରେ ଜଗତସିଂହପୁର ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହ ଅନ୍ୟ କିଛି ଗ୍ରାମବାସୀଙ୍କୁ ଗିରଫ କରିବାର ଧମକ ଦେଇଥିବାର ଅଭିଯୋଗ ହୋଇଛି । ଏପରିକି ରବିବାର ରାତିରେ ପୋଲିସ ଘରକୁ ଆସି ଗିରଫ କରିବା ଧମକ ଦେଇଥିଲା । ଯାହାପରେ ଯୁବତୀ ଜଣଙ୍କ ଭୟରେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ଆସିଛି । ଏବେ ଯାଏଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ ।
