ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ ଫାଟିଲା : ସୃଷ୍ଟି କଲା ତେଲ ପୋଖରୀର ଭ୍ରମ

ଜଗତସିଂହପୁର : ପାରାଦୀପ ଆଇଓସିଏଲ ଟାଉନସିପ୍ ନିକଟରେ ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ ଫାଟିଯିବା ଫଳରେ ଗ୍ୟାଲନ୍‌ ଗ୍ୟାଲନ୍‌ ଅଶୋଧିତ ତୈଳ ନାଳରେ ଭାସିଯାଇଛି । ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ।

ସୂଚନା ଅନୁଯାୟୀ ପାରାଦୀପରୁ ପଶ୍ଚିମବଙ୍ଗ ହଳଦିଆକୁ ଯାଇଥିବା ଅଶୋଧିତ ତୈଳ ପାଇପଲାଇନ୍‌ ଆଜି ହଠାତ୍ ଫାଟିଯାଇଥିଲା । ଫଳରେ ସେଠାରେ ବିପୁଳ ପରିମାଣର ଅଶୋଧିତ ତୈଳ ବାହାରିଥିଲା । ଏତେ ପରିମାଣର ତେଲ ବାହାରିଥିଲା ଯେ, ସେଠାରେ କୃତ୍ରିମ ତେଲ ପୋଖରୀ ଭ୍ରମ ସୃଷ୍ଟି କରିଥିଲା । ପାଇପ୍‌ରେ ମାତ୍ରାଧିକ ପ୍ରେସର ଯୋଗୁଁ ତେଲ ବହୁତ ଉପରକୁ ଉଠିଥିଲା । ତେଲ ଲିକେଜ୍ ସମୟରେ ଉତ୍କଟ ଗନ୍ଧ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ ।

Leave a Reply

Your email address will not be published. Required fields are marked *