ଧର୍ମଗଡ଼ : ଗୁପ୍ତଧନର ଲୋଭ । ବାପାକୁ ବଳି ଦେବାକୁ ପୁଅର ଉଦ୍ୟମ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅ ଓ ପୂଜକକୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ଫାଣ୍ଡି ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ଅନୁଯାୟୀ, ବେଲପଡ଼ା ଗାଁର ଲିଙ୍ଗରାଜ ଭୋଇ ନିଜ ୭୦ ବର୍ଷୀୟ ବାପାକୁ ବଳି ଦେବା ଉଦ୍ଦେଶ୍ୟରେ ନୂଆ ଲୁଗା ପିନ୍ଧାଇ ଘର ବାଡି ପଟୁ ନେଇଥିଲେ । ସେଠାରେ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ପୂର୍ବରୁ ଜଣେ ପୂଜକ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଘର ପାଖେ ଏପରି ଘଟଣା ଘଟୁଥିବା ଦେଖି ସାହିବାସୀ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ବୃଦ୍ଧ ବାପାଙ୍କୁ ଉଦ୍ଧାର କରିବା ସମୟରେ ଲିଙ୍ଗରାଜ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଯେଉଁଥିରେ ଗ୍ରାମରକ୍ଷୀ ଆହତ ହୋଇଥିଲା । ତୁରନ୍ତ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଜୟପାଟଣା ଥାନା ପୋଲିସ ଉଭୟ ପୁଅ ଓ ପୂଜକୁ ଗିରଫ କରିଛି । ଉଭୟଙ୍କ ଥାନାରେ ନେଉ ପଚରାଉଚରା ମଧ୍ୟ କରୁଛି ।
