ବିଂଝାରପୁର : ସନ୍ତାନଙ୍କୁ ହରାଇବାର ଦୁଃଖ । ଆଉ ସହିପାରିଲେନି ମାଆମାନେ । ଇଚ୍ଛାମୃତ୍ୟୁ ଲୋଡିଲେ ପିହୁ, ଅମୃତ ଦାସ ଓ ଉଲ୍ଲାସ ଜେନାଙ୍କ ମାଆ । ଇଚ୍ଛାମୃତ୍ୟୁ ଲୋଡିଲେ ପିହୁର ମାଆ । ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଲେ ପିହୁର ମାଆ ମୋନାଲିସା ନାୟକ ।
ଦୀର୍ଘ ୨୦ ମାସ ବିତିଗଲା ହେଲେ ପୋଲିସ ନିଖୋଜ ପିହୁକୁ ଠାବ କରିବାରେ ବିଫଳ । ନିଖୋଜ ପିହୁକୁ ପାଇବା ପାଇଁ ବିଂଝାରପୁର ଥାନା ଠାରୁ ଡିଜି ଅଫିସ, ଆଉ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଦୌଡ଼ି ଥିଲେ ପିହୁର ମା ମୋନାଲିସା । ହେଲେ ଏପର୍ଯ୍ୟନ୍ତ ନାଁ ମିଳୁଛି ପିହୁ ନାଁ ପିହୁକୁ ଖୋଜିବାରେ ସକ୍ଷମ ହେଇପାରୁଛି ଏସପି ରାହୁଲ ପିଆରଙ୍କ ଟିମ ।
ତେବେ ଏହାରି ଭିତରେ ପିହୁ ନିଖୋଜକୁ ଦୀର୍ଘ ୨୦ ମାସ ବିତି ଯାଇଥିଲେ ବି ପିହୁକୁ ଖୋଜିବା ପାଇଁ ମୋନାଲିସା ବାରମ୍ବାର ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଥିଲେ । ହେଲେ ମୋନାଲିସାଙ୍କ କଥା କେହି ଶୁଣୁ ନଥିବାରୁ ଆଜି ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପିହୁର ମା ମୋନାଲିସା ନାୟକ ।
ଅନ୍ୟପଟେ ଅମୃତ ଦାସଙ୍କ ମାଆ ସୁଲୋଚନା ଦାସ ବି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଉଲ୍ଲାସ ଜେନା ଜ୍ୟୋତ୍ସାରାଣୀ ଜେନାଙ୍କ ମାଆ ବି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।
