ମେଷ : ଧୈର୍ଯ୍ୟ ଧରି ରୁହନ୍ତୁ । ସାହାର୍ଯ୍ୟକାରୀ ବ୍ୟକ୍ତିଙ୍କ ସହ ପରିଚୟ ହେବ । ବନ୍ଧୁ ସହ ସମୟ ଭଲରେ ବିତିବ । ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ । ପ୍ରେମ ଜୀବନ ଭଲ ରହିବ ।
ବୃଷ : ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢିପାରେ । କୌଣସି କାମରେ ସକାରାତ୍ମକ ପରିଣାମ ପାଇବେ । ପରିବାର ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିବ ।
ମିଥୁନ : ଆପଣଙ୍କ ବିଚାର ଓ ବ୍ୟବହାରରେ ସମାନତା ବଜାୟ ରଖନ୍ତୁ । ଚାକିରିରେ ଆପଣଙ୍କ କାମର ପ୍ରଶଂସା ହେବ । ବୌଦ୍ଧିକ କ୍ଷମତା ବୃଦ୍ଧି ହେବ । ପ୍ରେମ ସମ୍ବଦ୍ଧରେ ମଧୁରତା ବଢିବ ।
କର୍କଟ : କାମରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାର୍ଯ୍ୟ ପାଇବେ । ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ଶିକ୍ଷାର୍ଥୀଙ୍କ ପାଇଁ ଦିନଟି ଭଲ ।
ସିଂହ : କୌଣସି ବିଶେଷ କାମରେ ଆପଣଙ୍କୁ ଲାଭ ହେବ । ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ । ବ୍ୟବସାୟ ସମ୍ବନ୍ଧରେ ଦିନଟି ଭଲ ରହିବ । ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହେବ ।
କନ୍ୟା : ଅଫିସ କାମରେ ବ୍ୟସ୍ତ ରହିବେ । ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ । ପାରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ । ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ ।
ତୁଳା : ପାରିବାରିକ ସମ୍ବନ୍ଧ ମଜଭୁତ ହେବ । କମ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ ।
ବିଛା : ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରହିବ । ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି । ଅଚାନକ ଧନଲାଭ ଯୋଗୁଁ ଆର୍ଥିକ ସ୍ଥିତି ସାମାନ୍ୟ ହୋଇପାରେ ।
ଧନୁ : ପାରିବାରିକ ମାମଲା ନେଇ ଆପଣଙ୍କୁ ଯାଆସ କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ । ଅଫିସ କାମ ମନ୍ଥର ଗତିରେ ପୂରା ହେବ । କାମରେ ସ୍ଥିରତା ବଜାୟ ରହିବ ।
ମକର : କାମ ଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ । ଘରର ପରିବେଶ ଭଲ ରହିବ । ଆପଣଙ୍କର ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ । ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ ।
କୁମ୍ଭ : ଶିକ୍ଷାର୍ଥିଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ । ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସି ରହିବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ରହିବ ।
ମୀନ : ଆପଣ ଚିନ୍ତା ମୁକ୍ତ ରହିବେ । ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । କୌଣସି ଭଲ ଖବର ପାଇବେ । କାମରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ ।
