ଜିଲ୍ଲାପାଳଙ୍କ ଦ୍ଵାରା ଵନକର୍ମଚାରୀଙ୍କୁ ନିଆଁ ଲିଭା ଉପକରଣ ବଣ୍ଟନ

ବଣାଇ : ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗତକାଲି ଠାରୁ ଦୁଇ ଦିନିଆ ଗସ୍ତ କରି ବଣାଇ ଉପଖଣ୍ଡର ବିଭିନ୍ନ ବ୍ଲକ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିଅଛନ୍ତି । ଗତକାଲି ପ୍ରଥମେ ଖଣି ଅଞ୍ଚଳ କୋଇଡା ବ୍ଲକ୍ ଗସ୍ତ କରି ଅଞ୍ଚଳର ବେକାରୀ ଶିକ୍ଷିତ ଯୁବକ, ଯୁବତୀ ନିଜ ନିଜର ସ୍ବପ୍ନ ପୂରଣ ଦିଗରେ ସ୍ୱାବଲମ୍ବୀ ହେବା ନିମନ୍ତେ କୋଇଡା ବ୍ଲକ୍ ଠାରେ ଏକ ସୁଦକ୍ଷ କୋଚିଙ୍ଗ କେନ୍ଦ୍ର ଵଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ସେହିପରି ଭାବେ ସରକାରଙ୍କ ୫ଟି ଅଭିଯାନ ଅଧିନରେ ହାଇସ୍କୁଲ ଗୁଡ଼ିକର ରୂପାନ୍ତରଣ କରାଯାଉଥିବା ବେଳେ କୋଇଡା ବ୍ଲକ୍ ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଥିଲେ ।


ଜିଲ୍ଲାପାଳଙ୍କ ସହିତ ଵଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଉପ ଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୋହାଙ୍କ ସମେତ କୋଇଡା ଵିଡିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ ଏବଂ ଆଜି ସକାଳ ୮ ଘଟିକା ସମୟରେ ଵଣାଇଁ ବ୍ରାହ୍ମଣୀ ନର୍ସରୀ ଠାରେ ଥିବା ବନବିଭାଗ ଡାକ ବଙ୍ଗଳା ଠାରେ ବଣାଇ ବନଖଣ୍ଡର ବିଭିନ୍ନ ରେଞ୍ଜରୁ ଆସିଥିବା ଵନକର୍ମଚାରୀମାନଙ୍କୁ ଚଳିତ ଗ୍ରୀଷ୍ମ ପ୍ରବାହରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ପରାମର୍ଶ ଦେବା ସହିତ ବିଭିନ୍ନ ପ୍ରକାର ନିଆଁ ଲିଭା ଉପକରଣ ବଣ୍ଟନ କରିଥିଲେ । ଏଥିରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଭିନ୍ନ ଅଧିକାରୀଙ୍କ ସମେତ ଵଣାଇଁ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍, ବିଭିନ୍ନ ରେଞ୍ଜରୁ ଆସିଥିବା ରେଞ୍ଜ ଅଧିକାରୀ, ଫରେଷ୍ଟର, ଵନକର୍ମଚାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଵଣାଇଁ ରେଞ୍ଜ ଅଧିକାରୀ ମନୋଜ ପାତ୍ର ସଂଯୋଜନା କରିଥିବା ବେଳେ ଫରେଷ୍ଟର ସଦାଶିବ ପାତ୍ର ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *