ବ୍ରହ୍ମଗିରି : ମହାପ୍ରଭୁ ଅଲାରନାଥଙ୍କ ଅକ୍ଷୟ ତୃତୀୟା ଚାପ ନୀତିରେ ବିଭ୍ରାଟ । ଚାପ ଖେଳିପାରିଲେନି ମହାପ୍ରଭୁ । ବିମାନ କାନ୍ଧେଇବାକୁ କେନ୍ଦ୍ର କରି ବିମାନବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଅକ୍ଷୟ ତୃତୀୟାରେ ଏପରି ବିଭ୍ରାଟ ହୋଇଛି ।
ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସୁସଜ୍ଜିତ ବିମାନରେ ମହାପ୍ରଭୁଙ୍କ ବିଜେ ପ୍ରତିମା ମଦନମୋହନ ଓ ଭୂଦେବୀ ଶ୍ରୀଦେବୀ ଏବଂ ପାଲିଙ୍କିରେ ରାମ କୃଷ୍ଣ ଚାପ ପୁଷ୍କରିଣୀକୁ ଯାଇଥାନ୍ତେ । ସେଠାରେ ନନ୍ଦା ଭଦ୍ରା ଡଙ୍ଗାରେ ବିଜେ କରି ଚାପ ଖେଳିଥାନ୍ତେ ମହାପ୍ରଭୁ । କିନ୍ତୁ ତାହା ହୋଇପାଇଲନାହିଁ । ବିମାନ କାନ୍ଧେଇବାକୁ ନେଇ ବିମାନବଡୁ ସେବାୟତଙ୍କ ମଧ୍ୟରେ ବିବାଦକୁ ହୋଇଥିଲା । ଶେଷରେ ରାତି ୨ଟା ରେ ଶ୍ରୀଜୀଉ ଚାପ ପୁଷ୍କରିଣୀକୁ ଯାଇ କେବଳ ପାଣି ଛୁଇଁ ଆସିଲେ ।
