ପାଟଣା : ଗାଁରୁ ଉଦ୍ଧାର ହେଲା ହରିଣ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍ ଖଡ଼ିବେଡ଼ା ଗାଁରୁ ହରିଣକୁ ଉଦ୍ଧାର କରାଯାଇଛି । ବନବିଭାଗ ଟିମ୍ ଉଦ୍ଧାର ହରିଣକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଛି ।
ଖବର ଅନୁଯାୟୀ, ହରିଣଟି ପାଣି ପିଇବା ପାଇଁ ଗାଁ ଭିତରକୁ ଆସିଥିଲା । ଠିକ୍ ଏହି ସମୟରେ ହରିଣଟି କୁକୁରଙ୍କୁ ଦେଖି ଗାଁର ପ୍ରତାପ ମହାନ୍ତଙ୍କ ଘରକୁ ପଶି ଆସିଥିଲା । ଏହା ପରେ ଗ୍ରାମବାସୀ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବର ପାଇଁ ତୁରନ୍ତ ହରିଣଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପରେ ବଣ ମହୁଲଡିହା ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି ।
