ଆଜିର ରାଶିଫଳ

ମେଷ : ବ୍ୟବସାୟ କାମରେ ବାପାଙ୍କ ସାହାର୍ଯ୍ୟ ନେବେ । ରାଜନୀତିରେ ଆର୍ଥିକ ଲାଭ ହେବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।

ବୃଷ : ଭାବନାକୁ ସକରାତ୍ମକ ବଜାୟ ରଖନ୍ତୁ । କାରବାରରେ ଲାଗିରହିଥିବା ବିଶୃଙ୍ଖଳା ସମାପ୍ତ ହେବ । ଚାକିରିଆଙ୍କୁ ନୂଆ ଦାୟିତ୍ୱ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ ।

ମିଥୁନ : ପୂଜାପାଠରେ ସମୟ କଟିବ । କୌଣସି ବଡ ସଫଳତା ପାଇବେ । ଲୁଗା ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ । ଗୃହିଣୀମାନଙ୍କ ଲାଗି ଦିନଟି ଆରାମଦାୟକ ।

କର୍କଟ : ଯୋଜନା ତିଆରି କରି କାର୍ଯ୍ୟକାରୀ କରିବା ମନୋଭାବରେ ରହିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଚେଷ୍ଟା ଜାରି ରଖନ୍ତୁ, କମ୍ ପରିଶ୍ରମରେ ଉପରକୁ ଉଠିପାରନ୍ତି ।

ସିଂହ : ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ନିଜ ସଫଳତାର ପଥରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ । ଆର୍ଥିକ ମାମଲା ନେଇ ବନ୍ଧୁ ସହିତ କଥାବାର୍ତ୍ତା କରିପାରନ୍ତି ।

କନ୍ୟା : ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ । ଆର୍ଥିକ ଲାଭର ସମ୍ଭାବନା ରହିଛି । ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ । ପ୍ରମ ଜୀବନ ମଧୁର ହେବ ।

ତୁଳା : ଘରେ ବଡଙ୍କ ସହ କଥାବାର୍ତା କରନ୍ତୁ, ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରେରେ ସବୁ ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ । ବିରୋଧୀ ସମ୍ମୁଖକୁ ଆସିବାକୁ ଭୟ କରିବେ ।

ବିଛା : ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢିବ । କୌଣସି ବନ୍ଧୁ ମାଧ୍ୟମରେ ଆପଣଙ୍କୁ ଧନଲାଭ ହୋଇପାରେ । ଅଫିସରେ ସମସ୍ତେ ଆପଣଙ୍କ ବ୍ୟବହାରରେ ଖୁସି ହେବେ ।

ଧନୁ : ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ । ନୂଆ ଘର କିଣିବା ଲାଗି ଦିନଟି ଭଲ । ଚାକିରି ଆଙ୍କୁ ଉନ୍ନିତିର ଅବସର ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ ।

ମକର : ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ । ଅଯଥା କଥା ଠୁଁ ଦୂରରେ ରୁହନ୍ତୁ । ସୁସମ୍ବାଦ ପାଇବେ । ଜୀବନସାଥୀଙ୍କ ସହିତ ସମୟ କାଟିବା ଲାଗି ସୁଯୋଗ ପାଇବେ ।

କୁମ୍ଭ : ଭାବିଥିବା କାମ ସଂପୂର୍ଣ୍ଣ ହେବ । ଘରେ ଖୁସିର ପରିବେଶ ରହିବ । ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ । ଛାତ୍ରୀଙ୍କୁ ଲେଖାପଢାରେ ଅଧିକ ପରିଶ୍ରମ କରିବାକୁ ହେବ ।

ମୀନ : ବିଶେଷ କାମ କରିବା ଲାଗି ଦିନଟି ଭଲ । ସମାଜରେ ଆପଣଙ୍କର ନାମ ହେବ । ପାରିବାରିକ ସମ୍ବନ୍ଧ ଭଲ ରହିବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *