ଡିସିପି କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ଭୁବନେଶ୍ୱର : ଏକାଧିକ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ବାଣୀବିହାର ଛକସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି । ବିଏମସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଦିନକରେ ୬୮୦ ପଜିଟିଭି ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କୋଭିଡ ସ୍ଥିତିକୁ ନେଇ ଆଜି ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବେ । ସନ୍ଧ୍ୟା ୫ ରେ ଭିସି ଯୋଗେ ଏହି ବୈଠକ ବସିବ ।

Leave a Reply

Your email address will not be published. Required fields are marked *